ସବୁଠି ଶୁଭୁଛି ଓମ୍‌ ନମଃ ଶିବାୟ ଧ୍ବନି

କୋରାପୁଟ: କୋଭିଡ କଟକଣା ସତ୍ବ‌େ ବି ଶିବରାତ୍ରି ପାଇଁ ଆଜି କୋରାପୁଟ ସହର ଉତ୍ସବ ମୁଖର ହୋଇ ଉଠିଛି। ଗାଁରୁ ସହର ସବୁଠି ଆନନ୍ଦ, ଉତ୍ସାହ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବା ସହ ଜାଗରରେ ଦୀପ ଜାଳିବା ସହ ଘର, ପରିବାର ତଥା ସଂସାରର ମଙ୍ଗଳକାମନା କରିଛନ୍ତି।

ଶିବରାତ୍ରି ପାଇଁ ଆଜି ଭୋରରୁ ବିଭିନ୍ନ ଶିବ ମନ୍ଦିରରେ ଗହଳି ଆରମ୍ଭ ହୋଇଯାଇଥିଲା। ଦିନ ତମାମ ଏହି ଭିଡ ରହିଥିଲା। କୋରାପୁଟର ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶିବ ମନ୍ଦିର, ଓଏମ୍ପି‌ କଲୋନି, କଳାନିକେତନ ଛକ, ରଥଶର୍ମା କଲୋନି, ରାଉଳ ଶିବ ମନ୍ଦିର, ମୃତ୍ତିକା ସଂରକ୍ଷଣ କଲୋନି, ପୂଜାରୀପୁଟ, ରେଳବାଇ, ଗୋପନଗର ଚନ୍ଦ୍ରଶେଖର, ଭବାନୀନଗରସ୍ଥିତ ବଣକେଶ୍ବର ଆଦି ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା।

Sambad

ଲୋକମାନେ ସେମାନଙ୍କ ପରିବାର ସହ ମନ୍ଦିରକୁ ଯାଇ ପୁଜାର୍ଚ୍ଚନା କରିଥିଲେ। ସେହିପରି ମହାଦେଇପୁଟ ନିକଟସ୍ଥ ଏକଡେଲି ଓ ପୋଡାଗଡ ନିକଟସ୍ଥ ଆମଲି ଆମ୍ବଗୁଡାରେ ଥିବା ଶିବ ମନ୍ଦିରରରେ ଶିବରାତ୍ରି ପାଇଁ କୋଡିଭ୍‌ କଟକଣା ମଧ୍ୟରେ ଆୟୋଜନ ହୋଇଥିଲା। ବିଭିନ୍ନ ସ୍ଥାନରୁ ଲୋକେ ଏହି ମନ୍ଦିରକୁ ଯାଇ ପ୍ରଭୂଙ୍କ ଆରାଧନା କରିଥିଲେ। ବିଳମ୍ବିତ ରାତିରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଭକ୍ତମାନେ ଉଜାଗର ରହି ଦୀପ ଜାଳିଥିଲେ। ମହାହୀପ ଉଠିବା ପରେ ସେମାନଙ୍କ ବ୍ରତ ଶେଷ କରିଥିଲେ। ଆଜି ଜାଗର ପାଇଁ ବିଭିନ୍ନ ମନ୍ଦିରରେ ଭଜନ ସନ୍ଧ୍ୟା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା।

ସମ୍ବନ୍ଧିତ ଖବର