ରାତି ପାହିଲେ ସାବିତ୍ରୀ ଅମାବାସ୍ୟା: ସାମାଜିକ ଦୁରତାକୁ ଫୁ ! ଭିଡ଼ ଜମେଇ ଜିନିଷ କିଣିବାରେ ବ୍ୟସ୍ତ ଲୋକେ

ଘୁ.ଉଦୟଗିରି:  ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ଘୁ.ଉଦୟଗିରି ସହରରେ ଲୋକମାନଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ ପାଳିବା ପାଇଁ ସହରରେ କରୋନା କଟକଣାକୁ ସାଧାରଣ ଲୋକ ଫୁ କରି ଉଡ଼େଇ ଦେଇଛନ୍ତି। ସାମାଜିକ ଦୂରତାକୁ ଭୁଲି ମେଳାକୁ ବୁଲି ଆସିଲା ଭଳି ସଉଦା କିଣିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

ଅସମ୍ଭାଳ ଭିଡ଼ ସାଙ୍ଗକୁ ସାମାଜିକ ଦୂରତା ରହୁ ନ ଥିବା ଖବର ପାଇ ସ୍ଥାନୀୟ ଆଇଆଇସି ଧିରାଜ ଲେଙ୍କାଙ୍କ ପାଖରେ ପହଞ୍ଚିଥିଲା। ଏହା ପରେ ସେ ସହରରେ ପହଞ୍ଚି ଦୋକାନୀମାନଙ୍କୁ ଏବଂ ସ୍ଥାନୀୟ ଲୋକଙ୍କୁ ତାଗିଦ କରିବା ସହ କିଛି ଦୋକାନରୁ ଜିନିଷ ପତ୍ର ଉଠେଇ ନେଇ ଯାଇଥିଲେ। ଆଉ କିଛି ସମୟ ପରେ ମହିଳା ଏସଆଇ କୌଶଲ୍ୟା ବେହେରା ସହରରେ ପହଞ୍ଚି ଦୋକାନ ଦୋକାନ ବୁଲି ଲୋକମାନଙ୍କୁ ବୁଝାସୁଝା କରି ଭିଡ଼କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ସାମାଜିକ ଦୂରତା ରଖୁ ନ ଥିବାରୁ ପ୍ରାୟ ପାଞ୍ଚ ଗୋଟି ଦୋକାନରୁ ଫଳ, ପରିବା ଚୁଡି ଉଠେଇ ଗାଡ଼ିରେ ଭରି ଥାନାକୁ ନେଇଯାଇଥିଲା ପୁଲିସ। ଏହାପରେ ଲୋକଙ୍କ ଭିଡ଼କୁ ଦେଖି ଦୋକାନ ସମ୍ମୁଖରେ ପୁଲିସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର