ସମ୍ବଲପୁର: ସର୍ଭିସ ରାଇଫଲ୍‌ରେ ସିଆରପିଏଫ୍‌ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ

ଯୁଯୁମୁରା/ସମ୍ବଲପୁର: ନିଜର ସର୍ଭିସ ରାଇଫଲ୍‌ରେ ଜଣେ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ) ମଙ୍ଗଳବାର ଅପରାହ୍ଣରେ ଆତ୍ମହତ୍ୟା କରିଛନ୍ତି। ସମ୍ବଲପୁର ଜିଲ୍ଲାର ଯୁଯୁମୁରାସ୍ଥିତ ସିଆରପିଏଫ କ୍ୟାମ୍ପ ପରିସରରେ ଆଜି ଦିନ ୧ଟା ୨୫ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିଆରପିଏଫ ମୁତୟନ ବୁଟା ସିଂହ ଆଜି ଅପରାହ୍ଣରେ କୌଣସି ବ୍ୟକ୍ତିଙ୍କ ସହିତ ଫୋନ୍‌ରେ କଥା ହେଉଥିଲେ। କିଛି କଥାବାର୍ତ୍ତାକୁ କେନ୍ଦ୍ର କରି ସେ ହଠାତ ଉତ୍ତେଜିତ ହୋଇଥିଲେ ଏବଂ ଖୁବ ଅଳ୍ପ ସମୟ ମଧ୍ୟରେ ନିଜକୁ ନିୟନ୍ତ୍ରଣ କରି ନପାରି ହାତରେ ଥିବା ସର୍ଭିସ ରାଇଫଲରେ ଆତ୍ମହତ୍ୟା କରିଥିଲେ।

ବୁଟା ସିଂହଙ୍କର ସ୍ଥାୟୀ ଠିକଣା ହେଇଛି। ପଂଜାବର ମନସା ଜିଲ୍ଲାର ସାନ୍ଦୁଲଗାଓ ତହସିଲର ଆଲୁପୁର ଗାଁ। କର୍ଣ୍ଣେଲ ସିଂହଙ୍କର ପୁଆ ବୁଟା ସିଂହ ଯୁଜୁମୁରା କ୍ୟାମ୍ପରେ ମୁତୟନ ଥିଲେ।

ଭୀଷଣ ଆହତ ହେବା ପରେ ବୁଟା ସିଂହଙ୍କୁ ପ୍ରଥମେ ଯୁଯୁମୁରା ଗୋଷ୍ଠୀ ସ୍ୱାସ୍ୱ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ପହଂଚିବା ବେଳକୁ ବୁଟା ସିଂହ ଜୀବନ ହରାଇ ସାରିଥିଲେ ବୋଲି ମେଡିକାଲ ଡାକ୍ତର ଏସ୍‌.କେ ମାଝୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର