ଜୟପୁର: ଜୟପୁର ଟାଉନଥାନା ଅଞ୍ଚଳର ଜୈନେକା ନାବାଳିକାଙ୍କୁ ଗତ ୨ତାରିଖରୁ ଚିଲ୍ଲିଗୁଡା ଅଞ୍ଚଳର ଆକାଶ ହରିଜନ(୧୯) ଅପହରଣ କରି ନେଇଥିଲେ। ଗୁରୁବାର ଜୟପୁର ମହିଳାଥାନା ପୁଲିସ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା କରି ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୨ବୟାନ ଲିପିବଦ୍ଧ କରାଇଛନ୍ତି। ସେଭଳି ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ। ମିଳିଥିବା ସୂଚନା ମୁତାବକ, ଗତ ୨ତାରିଖ ଦିନ ନାବାଳିକାଙ୍କୁ ଟାଉନଥାନା ଅର୍ନ୍ତଗତ ଚିଲ୍ଲିଗୁଡାର ଆକାଶ ହରିଜନ ଅପହରଣ କରିନେଇ ଯାଇଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରି ବି ପାଇନଥିଲେ। ଏ ନେଇ ଏମାନେ ମହିଳାଥାନାରେ ଏତଲା ଦେଇଥିଲେ।
ମହିଳା ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଆଜି ଅପହୃତା ତଥା ପିଡ଼ୀତା ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବି ଅଭିଯୋଗ ହୋଇଛି। ମହିଳା ଥାନା ପୁଲିସ ଦଫା ୩୬୩, ୩୬୬.୩୭୬(୩) ଆଇପିସି/୪(୨) ପକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିବା କହିଛନ୍ତି ମହିଳା ଥାନା ଅଧିକାରୀ। ଅଭିଯୁକ୍ତକୁ କୋର୍ଟକୁ ଚାଳାଣ କରାଯାଇଥିବାବେଳେ ଜାମିନ ନା ମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/jpr-nablika-kidnape-1.jpg)