ଖୋର୍ଦ୍ଧା: ଚଳିତ ବର୍ଷ ଫେବ୍ରୁଆରି ୭ ତାରିଖରେ ଖୋର୍ଦ୍ଧା ଟାଉନ ଥାନା ପକ୍ଷରୁ ଚଢ଼ଉ କରାଯାଇ ୫୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିଲା। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି କାରବାରର ମୁଖ୍ୟ କାର୍ପେଟଦାର ଦିଲ୍ଳୀପ କୁମାର ମହାପାତ୍ର ଫେରାର୍ ଥିଲା। ଗତକାଲି ଖୋର୍ଦ୍ଧା ଟାଉନ ଥାନା ପୁଲିସ ଦିଲ୍ଲୀପକୁ ଧରି କୋର୍ଟ ଚାଲାଣ କରିଛି। ତେବେ ଦିଲ୍ଲୀପ ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଓ ନଗଦ ଟଙ୍କା ଜବତ ହୋଇଥିବା ବେଳେ ଏନେଇ ପୁଲିସ କୌଣସି ସୂଚନା ଦେଇନଥିବା ସାଧାରଣରେ ଚର୍ଚ୍ଚା ହୋଇଛି।
ସୂଚନାନୁସାରେ, ଫେବ୍ରୁଆରୀ ୭ ତରିଖରେ ଖୋର୍ଦ୍ଧା ସଦର ଥାନା ରାମଚଣ୍ଡୀର ସୁଷମା ମଲ୍ଲିକ (୩୬), ସୁଷମାଙ୍କ ସ୍ବାମୀ ଶିବ ମଲ୍ଲିକ (୪୨), ଶିବ ମଲ୍ଲିକର ପୁଅ ଜୟ ପ୍ରକାଶ ମଲ୍ଲିକ ଓରଫ ବଳିଆ (୨୧), ନୟାଗଡ଼ ରଣପୁର ଥାନାର ମହତପଲ୍ଲାର ପ୍ରତାପ କୁମାର ମହାପାତ୍ର (୩୩)ଙ୍କୁ ଏକ ଅଟୋ ସହ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୫୬୦ ଗ୍ରାମ ବ୍ରାଉନସୁଗାର, ଯାହାର ଆନୁମାନିକ ମୂଲ୍ୟ ୫୬ ଲକ୍ଷଟଙ୍କା ହେବ, ଜବତ କରିଥିଲା। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ପେଷାଦାର ବ୍ରାଉନସୁଗାର ବେପାରୀ ତଥା ନୟାଗଡ଼ ମହତପଲ୍ଲାର ଦିଲ୍ଲୀପ କୁମାର ମହାପାତ୍ର (୨୫)ଫେରାର୍ ଥିଲା। ଗତକାଲି ଖୋର୍ଦ୍ଧା ଟାଉନ ଥାନାର ଏକ ପୁଲିସ ଟିମ୍ ଚଢ଼ଉ କରି ଦିଲ୍ଲୀପକୁ ଧରିଛି। ଦିଲ୍ଲୀପ ନିକଟରୁ ଲକ୍ଷାଧିକ ନଗଦ ଟଙ୍କା ଓ ବ୍ରାଉନସୁଗାର ଜବତ କରାଯାଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ତେବେ ଦିଲିପର ଗିରଫଦାରି ଓ କୋର୍ଟ ଚାଲାଣ ସମ୍ପର୍କରେ ପୁଲିସ ଲୁଚାଇ ରଖିବା ଘଟଣାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Bown-sugar-case-Khordha-town-PS-Accused-Dilip-kumar-Mahapatra.jpeg)