ରାଉରକେଲା: ଟ୍ରେନ୍‌ ଯାତ୍ରୀଙ୍କ ଠାରୁ ମୋବାଇଲ ଚୋରି କରିଥିବା ଅଭିଯୋଗରେ ରେଳବାଇ ପୁଲିସ ଦୁଇ ପୃଥକ୍‌ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ଝାଡ଼ଖଣ୍ଡ ଓର୍ଗା ଷ୍ଟେସନ ଅଞ୍ଚଳର ଦିଲୀପ ସିଂହ(୩୭) ଓ ରାଜଗାଙ୍ଗପୁର ସୋନାଖାନ ଅଞ୍ଚଳର ସମୀର ଓରାମ(୩୦)।
Advertisment
ଆଜି ଗୁରୁବାର ପୂର୍ବାହ୍ନରେ ଟାଟା-ବିଲାସପୁର ଏକ୍ସପ୍ରେସ୍‌ରେ ଅଭିଯୁକ୍ତମାନେ ଟ୍ରେନ୍‌ ଯାତ୍ରୀଙ୍କ ମୋବାଇଲ ଲୁଟି ନେଇଥିଲେ। ଏନେଇ ରେଳବାଇ ପୁଲିସ ଥାନାରେ ଏତଲା ହୋଇଥିଲା। ପରେ ପୁଲିସ ସିସିଟିଭି ଯାଞ୍ଚ କରି ଉଭୟଙ୍କୁ ଗିରଫ କରାଯାଇଛି।