ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ସୁନାବେଡା: ସମ୍ପର୍କୀୟ ନାବାଳିକା ଭାଣିଜୀକୁ ଦୁଷ୍କର୍ମ କରି ଅଭିଯୁକ୍ତ ଗିରଫ। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଟିକାପଡ଼ା ଗ୍ରାମରେ ଚିତ୍ତରଞ୍ଜନ ଭୋଇ ନାମକ ଜଣେ ବ୍ୟକ୍ତି ଗତ ୨ ବର୍ଷ ହେବ ନାବାଳିକା ଯିଏ କିଛି ସମ୍ପର୍କରେ ତାଙ୍କର ସାବତ ଭାଣିଜୀ ହେବ ତାକୁ ଦୁଷ୍କର୍ମ କରି ଆସୁଥିଲା। ନାବାଳିକା ଜଣକୁ ସରକାରୀ ଆବାସରେ ପାଠ ପଢ଼ିବାର ସୁଯୋଗ ନେଇ ତାକୁ ବାରମ୍ବାର ଦୁଷ୍କର୍ମ କରୁଥିଲା। ଏନେଇ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲା। ଗତ ରବିବାର ରାତିରେ ନିଶାସକ୍ତ ଅବସ୍ଥାରେ ପୁଣି ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ ବେଳେ ସେ ତାର ପ୍ରତିରୋଧ କରିବାରୁ, ବ୍ୟକ୍ତି ଜଣକ ତାକୁ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲା।
ନାବାଳିକା ଜଣକ ଜୀବନ ରକ୍ଷା ନିମନ୍ତେ ଘଟଣାର ପ୍ରଘଟ କରିବା ପରେ ଚିତ୍ତରଞ୍ଜନ କେଉ ଆଡେ ଲୁଚି ପଳାଇଥିଲା। ଏ ନେଇ ସୁନାବେଡା ଥାନାରେ ଏତଲା ପରେ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଓ ଏସ୍‌ଆଇ ସଞ୍ଜୀବ ବେହରା ଚିତ୍ତରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏ ମାମଲାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ନିଜ ହାତକୁ ନେଇଥିବା ଜଣାପଡିଛି।
ସମ୍ବନ୍ଧିତ ଖବର