ଜୟପୁର: ମଦ ପିଇବା ପାଇଁ ଭୁପୁତ୍ତିସାହି ଅଞ୍ଚଳର ବୃଦ୍ଧା ଏ. ରାମୁ ପଟ୍ଟନାୟକଙ୍କ ବେକରୁ ସୁନା ଚେନ୍ ଓ ମଙ୍ଗଳ ସୁତ୍ର ଝାମ୍ପି ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତ ଜଣକ ଲୋକଙ୍କ ହାତରେ ଧରା ପଡ଼ିଛନ୍ତି। ଧରା ପଡ଼ିଥିବା ଦୃବୃତ୍ତଙ୍କୁ ଭୁପତ୍ତିସାହି ଲୋକେ ଜୟପୁର ଟାଉନ ପୁଲିସ ଜିମାରେ ଦେଇଛନ୍ତି। ଅଭିଯୁକ୍ତ ଜଣକ ସ୍ଥାନୀୟ କାପୁ ସାହିର ଏସ୍ .ଆନନ୍ଦ ରାଓ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଶନିବାର ସକାଳ୧୧ଟା ବେଳେ ଭୁପତ୍ତିସାହି ଅଞ୍ଚଳର ଏ. ରାମୁ ପଟ୍ଟନାୟକ ନାମକ ମହିଳା ଜଣକ ଘର ସମ୍ମୁଖରେ ବସିଥିଲେ। ଜଣେ ବସିଥିବା ଦେଖି ଅଭିଯୁକ୍ତ ଆନନ୍ଦ ଜଣେ ବସିଥିବା ଦେଖି ବୃଦ୍ଧାଙ୍କ ବେକରେ ଥିବା ସୁନାଅଳଙ୍କାର ଟାଣି ନେଉଥିଲେ।
ବୃଦ୍ଧା ଜଣକ ପ୍ରବଳ ପାଟି କରିଥିଲେ। ତାଙ୍କ ପାଟି ଶୁଣି ସାହିର ଲୋକେ ସେଠାରେ ଜମା ହେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଧରିଥିଲେ। ସେ ଝାମ୍ପି ନେଇଥିବା ସୁନା ଅଳଙ୍କାର ଅଭିଯୁକ୍ତଙ୍କ ହାତରୁ ଉଦ୍ଧାର କରିଥିଲେ। ତୁରନ୍ତ ୧୧୨କୁ ଫୋନ କରିବାରେ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ଆଣିଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ମାନସିକ ସ୍ଥିତି ଭଲ ନଥିବା କହିଛନ୍ତି ଟାଉନଥାନା ଅଧିକାରୀ ସମ୍ବିତ କୁମାର ବେହେରା।