ବୋରିଗୁମ୍ମା: ଜୟପୁରସ୍ଥିତ ଅତିରିକ୍ତ ଜିଲା ଫୌଜଦାରୀ ଅଦାଲତର ମୁଖ୍ୟ ବିଚାରପତି ଇଂ. ବିଘ୍ନେଶ୍ୱର ରାଓ ଏକ ହତ୍ୟା ମାମଲାର ବିଚାର କରି ରାୟ ଦେଇଛନ୍ତି। ଅଭିଯୋଗର ଉଚିତ ସାକ୍ଷାପ୍ରମାଣ ଅଭାବ କାରଣରୁ ଆସାମୀକୁ ନିର୍ଦୋଶରେ ଖଲାସ ପାଇଁ ନିର୍ଦ୍ଧେଶ କରିଛନ୍ତି। ମାମଲା ଅନୁଯାୟୀ, ବୋରିଗୁମ୍ମା ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମର ଡମୁ ତଳିଆଙ୍କ ଭଉଣୀ ଗୁରୁବାରୀ ତଳିଆ(୨୮)ଙ୍କର ମିନପୂଜାରୀଙ୍କ ସହ ବାହାଘର ହୋଇଥିଲା। ବାହାଘର ପରେ ପଇସା ପତ୍ରକୁ ନେଇ ଅନେକ ଥର ସ୍ୱାମୀ ମିନ ପୂଜାରୀ ଏବଂ ସ୍ତ୍ରୀ ଗୁରୁବାରୀଙ୍କ ମଧ୍ୟରେ ଗଣ୍ଡ ଗୋଲ ଲାଗି ରହୁଥିଲା। ଅନେକ ସମୟରେ ସ୍ୱାମୀ ମିନ ମଦ୍ୟପାନ କରି ସ୍ତ୍ରୀ ଗୁରୁବାରୀଙ୍କୁ ମାଡ଼ ମରିଲୁଥିଲା। ଏମିତି କି ଗତ ୧୪/୦୩/୨୦ ଦିନ ସନ୍ଧ୍ୟା ୫ଟା ସମୟରେ ସ୍ୱାମୀ ମିନ ପୂଜାରୀ ମଦ୍ୟପାନ କରି ଏକ ନୀଳଗିରି ଠେଙ୍ଗାରେ ସ୍ତ୍ରୀ ଗୁରୁବାରୀଙ୍କ ମୁଣ୍ଡ, ପିଠି ଏବଂ ହାତରେ ପାଟି ଥିଲେ ଫଳ ରେ ଅଚେତ ହୋଇ ଗୁରୁବାରୀ ତଳେ ପଡିଥିଲେ। ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଖବର ପାଇ ଗୁରୁବାରୀଙ୍କ ଭାଇ ସେଠାରେ ପହଞ୍ଚି ଥିଲେ। ନିଜ ଭଉଣୀଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାକୁ ନେଇ ଗୁରୁବାରୀଙ୍କ ଭାଇ ଡମ୍ବୁ ତଳିଆ ତାଙ୍କ ଜ୍ୱାଇଁ ମିନ ପୂଜାରୀଙ୍କ ନାମରେ ବୋରିଗୁମ୍ମା ଥାନାରେ ହତ୍ୟା ଅଭିଯୋଗ କରିଥିଲେ।ଅଭିଯୋଗକୁ ଆଧାର କରି ବୋରିଗୁମ୍ମା ପୁଲିସ ୪୦/୨୦ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମିନ ପୂଜାରୀଙ୍କୁ ଧାରା ୩୦୨ସକ୍ଟ୍ରମରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆସାମୀ ମିନ ପୂଜାରୀ ସେଇ ଦିନଠାରୁ ଜେଲରେ ଥିଲେ। ଉକ୍ତ ମାମଲାର ଶନିବାର ଦିନ ମାନ୍ୟବର ଅତିରିକ୍ତ ଜିଲ୍ଲା ଫୌଜଦାରୀ ଅଦାଲତ ବିଚାରଣା କରି ଆସାମୀ ମିନ ପୂଜାରୀଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଆସାମୀଙ୍କ ପକ୍ଷରୁ ଆଇନଜୀବୀ ଲାଲୁ ଷଡଙ୍ଗୀ ଏବଂ ଆର. କେ ପତ୍ର ମକଦମାର ପରିଚାଳନା କରିଥିଲେ।