ନିଜ ଝିଅକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ବାପାକୁ ମିଳିଲା ଜାମିନ, ଜାମିନଦାର ଅଭାବରୁ ରହିଲେ ଜେଲରେ

ଜୟପୁର: ଜୟପୁର ଫାଷ୍ଟ ଟ୍ରାକ ସ୍ବତନ୍ତ୍ର କୋର୍ଟ(ପକ୍ସ) ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ମାମଲାର ଶୁଣାଣୀ କରି ଅଭିଯୁକ୍ତ ବାପା ଡି.ଶ୍ରିନୀବାସ ମୂର୍ତ୍ତୀକୁ ଜାମିନ ଦେଇଛନ୍ତି। ତେବେ କୋର୍ଟରେ ଅଭିଯୁକ୍ତ ଜାମିନଦାର ଦାଖଲ କରି ପାରିନଥିବାରୁ ସେ ବିଚାର ବିଭାଗୀୟ ହାଜତରେ ହିଁ ରହିଛନ୍ତି। ବୁଧବାର ଦିନ ଜାମିନଦାର ଦାଖଲ କରିବା ପରେ ସେ ବାହାରିବେ ବୋଲି କହିଛନ୍ତି ତାଙ୍କ ଓକିଲ ଶଶଦେବ ବେହେରା। ମିଳିଥିବା ସୂଚନା ମୁତାବକ, ଗତ ଜାନୁଆରୀ ମାସରେ ସେମିଳିଗୁଡ଼ା ଥାନା ଅଂଚଳରେ ଏଭଳି ଏକ ସ‌ମ୍ବେଦନଶୀଳ ଘଟଣା ଘଟିଥିଲା।

ଗତ ଜାନୁଆରୀ ୧୮ତାରିଖ ଦିନ ନିଜେ ଜନ୍ମ ଦେଇଥିବା ଝିଅକୁ ବାପା ହିଁ ଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ସେମିଳିଗୁଡ଼ା ଥାନାରେ ହୋଇଥିଲା। ଅଭିଯୋଗ ବିବାହ କରି ବାହାରେ ରହୁଥିବା ବଡ଼ ଝିଅ ଆସି ସାନଝିଅକୁ ନେଇ ପୁଲିସ ନିକଟରେ ଏଭଳି ଅଭିଯୋଗ କରିଥିଲେ। ପୁଲିସ କେସ ନଂ ୫/୨୧ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ଶ୍ରୀନିବାସଙ୍କ ବିରୋଧରେ ଦଫା ୩୭୬(୨) (ଏଫ)(ଏନ)/୩୨୩/୧୦୯ ଆଇପିସି ସହ ୬ପକ୍ସ ଆକ୍ଟରେ ମାମଲା ରୁଜୁ କରିଥିଲେ।

ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ଅଭିଯୁକ୍ତଙ୍କ ସ୍ତ୍ରୀ ବାହାରେ ରୁହନ୍ତି। ଅଭିଯୁକ୍ତ ଜଣକ ଘରେ ଥିବା ସାନ ଝିଅକୁ ଡରାଇ ଧମକାଇ ଶାରିରୀକ ସଂପର୍କ ରଖି ଆସୁଥିଲେ। ନାବାଳିକା ଝିଅଟି ପଶୁ ରୁପୀ ବାପାର ଅତ୍ୟାଚାର ସହି ନ ପାରି ନିଜ ବଡ଼ ଭଉଣୀଙ୍କୁ ଜଣାଇଥିଲେ। ବଡ଼ ଭଉଣୀ ତା ପରେ ଆସି ପୁଲିସରେ ଏ ନେଇ ଏତଲା ଦେଇଥିଲେ। ୨୫ହଜାରର ଦୁଇଟି ଜାମିନଦାର ସହ ୪ଟି କ୍ଲଜ୍ କୁ ନେଇ ତାଙ୍କ ମହକିଲଙ୍କୁ ଜାମିନ୍ ମିଳିଛି ଏବଂ ଆସନ୍ତା ବୁଧବାର ଦିନ ସେ ଜାମିନଦାର ଦାଖଲ କରିବେ ବୋଲି କହିଛନ୍ତି ଅଭିଯୁକ୍ତଙ୍କ ଓକିଲ ଶ୍ରୀ ବେହେରା।

ସମ୍ବନ୍ଧିତ ଖବର