ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ବାସାଘୁଟୁ ଗ୍ରାମର ୧୨ ଡିସେମ୍ବର ୨୦୨୦ରେ ସେହି ଗ୍ରାମର ଶିଶୁ ଦଶରଥ ହେମ୍ବ୍ରମ(୮)କୁ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ସୂଚନା ଅନୁଯାୟୀ, ବାସାଘୁଟୁ ଗ୍ରାମର ଯବାନୀ ହେମ୍ବ୍ରମଙ୍କ ୮ ବର୍ଷର ପୁଅ ଦଶରଥ ହେମ୍ବ୍ରମ(୮) ଗ୍ରାମ ପାଖକୁ ଛେଳି ଚରାଇବା ଯାଇଥିଲା। ତେବେ ସେହି ସମୟରେ ଲାଲମୋହନ ତିରିଆ(୪୩) ଚାଷ କରିଥିବା ପରିବା ବାଡିରେ ପୋଶି ଛେଳି ପରିବା ଚାଷକୁ ଖାଇ ଦେଇଥିଲା। ଉକ୍ତ ଘଟଣା ଲାଲମୋହନ ଦେଖିବା ପରେ ପ୍ରଥମେ ଦଶରଥକୁ ଏକ ବାଡିରେ ପିଟିଥିଲେ। ତେବେ ମାଡରୁ ରକ୍ଷା ପାଇବାକୁ ଯାଇ ଦଶରଥ ଦୌଡି ପଳାଉଥିବା ବେଳେ ତାଙ୍କୁ ପଛପଟୁ ଏକ ପଥରରେ ମାରିଥିଲା ଲାଲମୋହନ। ଫଳରେ ଦଶରଥ ତଳେ ଖସି ପୋଡିଥିଲେ। ପରେ ଛୁଆର ଛାତିରେ ମାଡି ମାଡ ମାରିବା ଫଳରେ ଘଟଣାସ୍ଥଳରେ ହିଁ ତାହାର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଘଟିବା ଜାଣିପାରି ଶବକୁ ଏକ ବୁଦାରେ ଲୁଚାଇ ଦେଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଦଶରଥକୁ ପାଇନଥିଲେ।
ଘଟଣାର ଦୁଇଦିନ ପରେ ୧୪ ତାରିଖ ମୃତଦେହ ଏକ ବୁଦାରୁ ପାଇଥିଲେ। ଏନେଇ ନାବାଳକର ମାଆ ଜବାନୀ ହେମ୍ବ୍ରମ ବାଦାମପାହାଡ ଥାନାରେ ଏକ ହତ୍ୟା ଅଭିଯୋଗ କରିଥିଲେ। ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ତେବେ ଉକ୍ତ ଘଟଣା ନାବାଳକଙ୍କ ଜଣେ ସାଙ୍ଗ ଦେଖିଥିଲେ ଏବଂ ଘଟଣା ସମ୍ପର୍କର ପ୍ରକାଶ କରିଥିଲେ। ଆଜି ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଲାଲମୋହନ ତିରିଆ(୪୪)ଙ୍କୁ ଆଜୀବନ କରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ୬ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର। ଏହି ଗୁରୁତ୍ୱପୂର୍ଣ ଓ ସମ୍ବେଦନଶୀଳ ମାମଲାଟିକୁ ପରିଚାଳନା କରୁଥିଲେ ସରକାରୀ ଓକିଲ ପଙ୍କଜ କୁମାର ଦାସ।