ପୂର୍ବ ଶତ୍ରୁତାରୁ ଗୋଷ୍ଠୀ କନ୍ଦଳ; ଭୁଜାଲିରେ ହାଣି ସମ୍ପର୍କୀୟ ଭାଇ ଓ ପୁତୁରା ଫେରାର

ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି, ଓ୍ବାର୍ଡ ମେମ୍ବର ନିର୍ବାଚନ ସମୟରୁ ବିବାଦ ଜାରି, ପୂର୍ବରୁ ଲରମ୍ଭା ଥାନାରେ ମାମଲା ରହିଛି

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଫଟାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସିଦ୍ଧି ମୁଣ୍ଡା ଗ୍ରାମରେ ପୂର୍ବ ଶତ୍ରୁତାକୁ ନେବା ଗୋଷ୍ଠୀ କନ୍ଦଳ ହୋଇଥିବା ଜଣାପଡିଛି। ପରେ ଏହା ଉଗ୍ର ରୂପ ଧାରଣ କରିଥିବା ଜଣାପଡିଛି। ଏଥିରେ ସମ୍ପର୍କୀୟ କାକାକୁ ଭୁଜାଲିରେ ହାଣି ସମ୍ପର୍କୀୟ ପୁତୁରା ଓ ଭାଇ ଫେରାର ମାରିଥିବା ବେଳେ ଗୁରୁତର ଅବସ୍ଥାରେ କାକାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଗତ ପଞ୍ଚାୟତ ନିର୍ବାଚନରେ ଓ୍ବାର୍ଡ ମେମ୍ବର ନିର୍ବାଚନ ସମୟରୁ ବଳଦେବ ଭୁଏ ଏବଂ ତାଙ୍କ ସମ୍ପର୍କୀୟ ଭାଇ ଏବଂ ପୁତୁରା ମାନଙ୍କ ମଧ୍ୟରେ ବିବାଦ ରହିଥିଲା। ପୂର୍ବରୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ତଥା ଝଗଡା ଲାଗି ରହିଥିଲା। ଏ ସମ୍ପର୍କରେ ପୂର୍ବରୁ ଲରମ୍ଭା ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ତେବେ ମଙ୍ଗଳବାର ବଳଦେବ ଭୁଏ ଗାଧୋଇବା ପାଇଁ ଯାଇ ଫେରୁଥିବା ସମୟରେ ଅପର ପାର୍ଶ୍ବରୁ ଅନ୍ୟ ଗୋଷ୍ଠୀ କାଦୋଯାତ୍ରା କରିବା ପାଇଁ ଆସୁଥିଲେ। ଏହି ସମୟରେ ବଳଦେବଙ୍କୁ ତାଙ୍କ ଦୂର ସମ୍ପର୍କୀୟ ଭାଇ ଓ ପୁତୁରା ବିକ୍ରମ ଓରଫ ଜଗନ୍ନାଥ ଭୁଏ, ପଞ୍ଚାୟତ ଭୁଏ, ଧରଣୀ ଭୁଏ, ଗୌଡଚନ୍ଦ୍ର ବାଗ, ଇନ୍ଦ୍ରମଣି ଭୁଏ, ସାର୍ଥକ ବାଗ, ରବି ବାଗ ପୂଜା ଭୁଏ, ମହେଶ୍ବର ଭୁଏ, ତରଣୀ ଆଦି ଆସୁଥିଲେ।

ତେବେ ଏମାନେ ବଳଦେବକୁ ଏକୁଟିଆ ଦେଖି ବଚସା ହୋଇଥିଲା। ପରେ ଝଗଡା ଉଗ୍ର ରୂପ ନେଇଥିଲା। ଏଥିରେ ଅପର ପକ୍ଷର ଗୋଷ୍ଠୀ ବାଡି ଓ ଠେଙ୍ଗା ସାହାଯ୍ୟରେ ବଳଦେବଙ୍କୁ ବାଡେଇ ଥିବା ବେଳେ ଜଗନ୍ନାଥ, ପଞ୍ଚା, ଧରଣୀ ଓ ଇନ୍ଦ୍ରମଣି ଭୁଏ ଭୁଜାଲି ରେ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହା ଦେଖି ପରିବାର ଲୋକେ ଛଡାଇବାରୁ ସେମାନଙ୍କୁ ମଧ୍ୟ ମାଡ ମାରିଥିବା ଜଣାପଡିଛି। ଭୁଜାଲି ଆକ୍ରମଣରେ ବଳଦେବର ମୁଣ୍ଡ, ବାହୁ ଜଙ୍ଘ ଆଦି ସ୍ଥାନ କ୍ଷତାକ୍ତ ହୋଇଥିବା ବେଳେ ବଳଦେବଙ୍କ ସାନ ଭାଇର ଛାତିରେ ମଧ୍ୟ କିଛି ଅଂଶ ବାଜି ଥିବା ଜଣାପଡିଛି। ଗୁରୁତର ଅବସ୍ଥାର ବଳଦେବଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରା ଯାଇଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ଲରମ୍ଭା ପୁଲିସକୁ ପଚାରିବାରୁ ଏ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଅଭିଯୋଗ ହୋଇଥାଏ ନ ଥିବା କହିଥିବା ବେଳେ ବଳଦେବ ଭୁଏଙ୍କ ପରିବାରବର୍ଗଙ୍କ କହିବା ଅନୁଯାୟୀ ସେମାନେ ଲରମ୍ଭା ଥାନାକୁ ଯାଇଥିଲେ, ଏ ସମ୍ପର୍କରେ ଲରମ୍ଭା ଥାନାରେ ଅଭିଯୋଗ କରିଥିବା ବେଳେ ବଳଦେବଙ୍କୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନେଇ ବଲାଙ୍ଗୀର ଆସିଥିବା କହିଛନ୍ତି।

ସମ୍ବନ୍ଧିତ ଖବର