ରାଇଘର: ୧୪ ବର୍ଷର ଜଣେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ୪୭ ବର୍ଷର ଜଣେ ବ୍ୟକ୍ତି ଦୁଷ୍କର୍ମ କରି ଫେରାର ହୋଇଥିବା ଅଭିଯୋଗ ନେଇ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଏଭଳି ଏକ ଅମାନୁଷିକ ଘଟଣା ଘଟିଛି। ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ ଅନ୍ୟପଟେ ପୁଲିସ ପକ୍ଷରୁ ଉକ୍ତ ଘଟଣାକୁ ଗୁରୁତ୍ବ ଦେଇ ନାବାଳିକାଙ୍କୁ ଡାକ୍ତରୀ ମାଇନା ନିମନ୍ତେ ପଠାଇବା ସହିତ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ପିଡ଼ିତାର ବାପା ଓ ମାଁ ଦୁହେଁ ମାମୁଁ ଘରକୁ ବୁଲିବାକୁ ଯାଇଥିବା ବେଳେ ନିଜ ସାନ ଭଉଣୀ ସହିତ ଘରେ ରହିଥିଲେ।
ଦିନ ପ୍ରାୟ ୨ ଟା ସମୟରେ ଘରେ କେହି ନଥିବାର ସହିତ ମାନସିକ ଭିନ୍ନକ୍ଷମର ସୁଯୋଗ ନେଇ ଦାସପୁର (ଟୋଲା) ଗ୍ରାମର ସଚିନ ହାଲଦାର ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହିତ ସାନ ଭଉଣୀକୁ ମାରପିଟ କରି କାହାରିକୁ ଜଣାଇଲେ ଜୀବନରେ ମାରିଦେବା ଧମକ ଦେଇ ସେଠାରୁ ବାହାରି ଯାଇଥିଲା। ସେହି ସମୟରେ ପିଡ଼ିତାର ସାନ ଭଉଣୀ ଗ୍ରାମବାସୀଙ୍କୁ ଜଣାଇବା ପରେ କିଛି ଲୋକ ସଚିନ ହାଲଦାରକୁ ପିଛା କରି ଧରି ପାରିନଥିଲେ। ବାପା ଓ ମାଁ ଘରକୁ ଆସିବା ପରେ ସମସ୍ତ ଘଟଣା ଜଣାଇଥିଲେ। ଘଟଣା ପରେ ଉକ୍ତ ପିଡ଼ିତାର ପରିବାର ଲୋକେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ରାଇଘର ଥାନାରେ ଏକ ମାମଲା ରୁଜ୍ଜୁ କରି ସଚିନ ହାଲଦାରକୁ ଖୋଜିବା ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ରାଇଘର.jpg)