ରାୟଗଡା: ଗତ କିଛି ଦିନ ତଳେ ଲଘୁଚାପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡା ଜିଲ୍ଲାକୁ ଛାଡି ଦେଲେ ଅନ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ରାୟଗଡା ଜିଲ୍ଲାର କାଁ ଭାଁ ବ୍ଲକରେ ବର୍ଷା ହୋଇଥିବାବେଳେ ରାୟଗଡା ବ୍ଲକରେ ବର୍ଷାର ଦେଖା ନାହିଁ।କେବଳ ଲଘୁଚାପ ଘନିଭୁତ ହେବାର ଝିପି ଝିପି ବର୍ଷା ହୋଇ ଛାଡି ଯାଇଥିଲା। ଏହି ଲଘୁଚାପରେ ହୁଏତ ପ୍ରବଳ ବର୍ଷା ହେଲେ ଜମିରେ ପାଣି ରହିବା ସାଂଗକୁ ଚାଷ କାର୍ଯ୍ୟରେ ସହଯୋଗ ହେବ। କିନ୍ତୁ ସବୁ ଫସର ଫାଟିଯାଇଛି। ଚାଷୀ ବର୍ଷାକୁ ଅନାଇ ଏବେ ସୁଦ୍ଧା ରୁଆ କାମ ସାରିନଥିବା ଅଭିଯୋଗ କରିଛନ୍ତି। ଜିଲ୍ଲାରେ ସ୍ଥିତି ସଂଗୀନ ରହିଥିବାବେଳେ କୃଷି ବିଭାଗ କିନ୍ତୁ ସବୁ ଠିକ ଥିବା ଦର୍ଶାଉଛି। ଜିଲ୍ଲାରେ ଚଳିତ ମୌସୁମୀ ଋତୁରେ ଜୁନ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ୫୪୩.୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଯାହାକି ସ୍ବାଭାବିକ ବର୍ଷା ୫୦୮.୪ ମିମି ବର୍ଷା ତୁଳନାରେ ୬ ପ୍ରତିଶତ କମ୍ ବର୍ଷା ହୋଇଛି। ରାୟଗଡା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଯୋଗୁଁ ସ୍ଥିତି ସଂଗୀନ ରହିଛି। ଗାଣିତିକ ପରିସଂଖ୍ୟନରେ ସ୍ବାଭାବିକ ବର୍ଷା ହୋଇଥିବା ରେକର୍ଡ କରାଯାଉଥିବା ବେଳେ କିନ୍ତୁ ଚାଷୀ କୂଳ ପାଇଁ ଏହା ସଂଗୀନ ସ୍ଥିତି ବୋଲି କୁହାଯାଇଛି। ଗତ ଜୁନରେ ବର୍ଷାର ହାରାହାରି ଯଦି ଦେଖିବା ୪୯ ମିମି ରେକର୍ଡ କରାଯାଇଥିବାବେଳେ ଜୁଲାଇରେ ୩୦୯.୫ ମିମି ଏବଂ ଅଗଷ୍ଟରେ ଆଜି ସୁଦ୍ଧା ୧୮୫ ମିମି ରେକର୍ଡ କରାଯାଇଛି।

Advertisment

ଅଗଷ୍ଟର ଶେଷ ସପ୍ତାହ ବେଳକୁ ଆଉ ଏକ ଲଘୁଚାପ ଘନିଭୂତ ହେଉଥିବାରୁ ରାୟଗଡା ଜିଲ୍ଲାରେ ଏହା ପ୍ରଭାବ ପକାଇପାରେ ବୋଲି କୃଷି ବିଭାଗ ଆଶା ପ୍ରକଟ କରିଛି। କୃଷି ବିଭାଗର ରିପୋର୍ଟ ଅନୁଯାୟୀ ରାୟଗଡା ବ୍ଲକରେ ୧୮୩ ହେକ୍ଟରରେ ଧାନ ବୁଣା ହୋଇଥିବା ବେଳେ ୨୬୨୨ ହେକ୍ଟର ଜମିରେ ରୁଆ ଚାଷ ହୋଇଛି। ସେହିପରି କୋଲନରା ବ୍ଲକରେ ୧୩୩ ହେକ୍ଟରରେ ବୁଣା ଓ ୨୦୦୧ ହେକ୍ଟରରେ ରୁଆ, କଲ୍ୟାଣସିଂହପୁର ବ୍ଲକରେ ୧୩୧ ହେକ୍ଟର ବୁଣା ଓ ୪୫୧୦ ହେକ୍ଟରରେ ରୁଆ, କାଶୀପୁର ବ୍ଲକରେ ୨୨୦୦ ହେକ୍ଟର ବୁଣା ଓ ୨୦୩୦ ହେକ୍ଟରରେ ରୁଆ, ଗୁଣପୁର ବ୍ଲକରେ ୧୬୨ ହେକ୍ଟର ବୁଣା ଓ ୨୬୨୫ ହେକ୍ଟରରେ ରୁଆ, ପଦ୍ମପୁର ବ୍ଲକରେ ୧୧୩୦ ହେକ୍ଟରରେ ବୁଣା ଓ ୧୨୫ ହେକ୍ଟରରେ ରୁଆ, ରାମନାଗୁଡା ବ୍ଲକରେ ୧୬୦ ହେକ୍ଟରରେ ବୁଣା ଓ ୬୮୦ ହେକ୍ଟରରେ ରୁଆ, ଗୁଡାରି ବ୍ଲକରେ ୫୫୦ ହେକ୍ଟରରେ ବୁଣା ଓ ୧୦୦୧ ହେକ୍ଟରରେ ରୁଆ, ବିଷମକଟକ ବ୍ଲକରେ ୧୨୩୫ ହେକ୍ଟର ଜମିରେ ବୁଣା ଓ ୩୨୦୫ ହେକ୍ଟର ଜମିରେ ରୁଆ, ମୁନିଗୁଡା ବ୍ଲକରେ ୮୭୫ ହେକ୍ଟର ଜମିରେ ବୁଣା ଓ ୧୬୩୨ ହେକ୍ଟର ଜମିରେ ରୁଆ,ଚନ୍ଦ୍ରପୁର ବ୍ଲକରେ ୬୭୫ ହେକ୍ଟର ଜମିରେ ବୁଣା ଓ ୩୫୫ ହେକ୍ଟର ଜମିରେ ରୁଆ ଚାଷ ହୋଇଥିବା କୁହାଯାଇଛି।

ସେହିପରି ଜିଲ୍ଲାରେ ୪୪,୯୮୩ ହେକ୍ଟର ଜଳସେଚିତ ଜମିରେ ଚାଷ ହୋଇଥିବା ବେଳେ ୧୦୭୯୯୪ ହେକ୍ଟର ଅଣଜଳସେଚିତ ଜମିରେ ଚାଷ କରାଯାଇଛି। ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଆଗକୁ ଯଦି ବର୍ଷା ନହୁଏ ତେବେ ସ୍ଥିତି ଆହୁରି ବିଡିଗିଯିବ ବୋଲି କୁହାଯାଇଛି। ଏହି ବର୍ଷା ଧାନ ଚାଷ ଛଡା ଅନ୍ୟ ଚାଷ ପାଇଁ ଅନୁକୂଳ ବୋଲି କୁହାଯାଇଛି। ଜିଲ୍ଲାରେ ବିଶେଷକରି କପା ଚାଷ କରାଯାଉଥିବା ବେଳେ ଜିଲ୍ଲାରେ ହେଉଥିବା ସ୍ବାଭାବିକ ବର୍ଷା ଏହି ଚାଷ ପାଇଁ ବେଶ ଫଳପ୍ରଦ ବୋଲି କୁହାଯାଇଛି। ଅନ୍ୟଦିଗରେ ସବୁ ଠିକଠାକ ରହିଥିବା କୃଷି ବିଭାଗ କହୁଛି। ଆଗକୁ ବର୍ଷା ରହିଥିବାରୁ ଚାଷୀଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି କୃଷି ବିଭାଗ କହୁଛି। ତେବେ ଆଗକୁ ମୌସୁମୀର ପ୍ରଭାବ କିପରି ରହୁଛି ଦେଖିବାକୁ ବାକି ରହିଲା।