ମାଲକାନଗିରିରେ ସଂସ୍କୃତି ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ସ୍ଥିତ ବୁଟିଗୁଡା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଖିଳ ଉତ୍କଳ ସଂସ୍କୃତି ମହାସଂଘ ମାଲକାନଗିରି ଜିଲ୍ଲା ଶାଖା ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଂସ୍କୃତି ଦିବସ ମହାସଂଘର ସଭାପତି ଭ୍ରମରବର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନସ କୁମାର ଜେନା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଉତ୍କଳ ସମ୍ମିଳନୀର ସଭାପତି ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିବାବେଳେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଡଃ. ରଂଜନ କୁମାର ସ୍ବାଇଁ, ଗୋଦାବରିଶ ଦାସ, କରୁଣାକର ମଲ୍ଲିକ, ପ୍ରକାଶ ଚନ୍ଦ୍ର ନାୟକ ପ୍ରମୁଖ ମଂଚାସୀନ ରହି ସଂସ୍କୃତ ଭାଷାକୁ ସବୁ ଭାଷାର ମାଆ ଓ ଦେବ ଭାଷା ବୋଲି ଅବିହିତ କରିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସଂସ୍କୃତ ପଣ୍ଡିତ ମାନଙ୍କ ମଧ୍ୟରୁ ସୁକୁମାର ପଣ୍ଡା, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ଗୋପୀନାଥ ପରିଡା ପ୍ରମୁଖ ସଂସ୍କୃତ ଭାଷାକୁ ମାଲକାନଗିରି ଜିଲ୍ଲାରେ ପ୍ରଚାର ଓ ପ୍ରସାର କରିବା, ଶିକ୍ଷକ ମାନଙ୍କ ସ୍ବାଭିମାନ ରକ୍ଷା କରିବା, ସଂଘକୁ ସୁଦୃଢ କରିବା ପାଇଁ ନିଜ ମତ ରଖିଥିଲେ। ଏହି ଅବସରରେ ତାର୍ଲାକୋଟାର ଶିକ୍ଷକ କରୁଣାକର ମଲ୍ଲିକଙ୍କ ‘ସ୍ମୃତିରେ ମଧୁସ୍ମିତା’ ଏବଂ ‘ପ୍ରଥମ ପରିଚୟ’ କବିତା ସଂକଳନ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ଜେନା, ରତନ ଆଚାର୍ଯ୍ୟ, ବାସୁଦେବ ପଣ୍ଡା, ରଶ୍ମିତା ମହାରଣା, ସୁଭସ୍ମିତା ନନ୍ଦ, ଇତିଶ୍ରୀ ସାହୁ, ଶରତ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର