ମହିଳା, ଯୁବକ ଓ ଦିବ୍ୟାଙ୍ଗଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ 

ଖୋର୍ଦ୍ଧା: ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଦ୍ୱୈତ ପକ୍ଷରୁ ଆଜି ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ଠାରେ ମହିଳା, ଯୁବକ ଓ ଦିବ୍ୟାଙ୍ଗଙ୍କୁ ପ୍ରୋତ୍ସାହିତ କରିବା ଓ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ନୀଳିମା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦିକା ଡଃ. ଜୟଶ୍ରୀ ଧଳ, ବାସନ୍ତି ମହାପାତ୍ର, ବିଶ୍ୱଦୀପ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ସୁରଭାଇ କ୍ରିୟସନର ଗୁରୁ ଗୌରୀଶଙ୍କର ଦାସଙ୍କ ସଂଯୋଜନାରେ ନୃତ୍ୟ, ମା ନୃତ୍ୟଯୋଗାର ଛୋଟ ପିଲାଙ୍କ ଦ୍ୱାରା ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏନେଇ ଅଦ୍ୱୈତାର ସଭାପତି ନୀଳିମା ଆଚାର୍ଯ୍ୟ କହିଛନ୍ତି ଯେ ମହିଳା, ଯୁବକ ବିଶେଷତଃ ଦିବ୍ୟାଙ୍ଗଙ୍କ ମନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ଆକର୍ଷଣ ସୃଷ୍ଟି କରିବା, ସେମାନଙ୍କ ମଧ୍ୟରେ ସାଧାରଣ ଜୀବନ ଜିଇଁବା ପାଇଁ ଏକ ଅନୁପ୍ରେରଣା ଯୋଗାଇବାକୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର