ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଆଦିବାସୀ ଲୋକ ନୃତ୍ୟୁ ‘ଧିମସା‘ ସଂରକ୍ଷଣ ଓ ତାହାକୁ ପ୍ରତ୍ସାହିତ କରିବା ପାଇଁ ପ୍ରତିବଦ୍ଧ। ବିଗତ ୯ ବର୍ଷ ଧରି କମ୍ପାନି ଏକ ଅନନ୍ୟ ଧିମସା ଉତ୍ସବ ଆୟୋଜନ କରିଆସୁଅଛି, ଯାହା ପଡୋଶୀ ଗ୍ରାମଗୁଡିକରେ ବେଶ ଆକୃଷ୍ଟ ହୋଇଛି। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କମ୍ପାନି ନୂଆପଡା ସହରାଞ୍ଚଳରେ ଗତ ଦୁଇ ଦିନ ଧରି ଆମ ସଂସ୍କୃତି ଆମ ନୃତ୍ୟୁ ଆୟୋଜନ କରିଥିଲେ।
ଧିମସା ଉତ୍ସବରେ ପ୍ରଥମ ଦିବସରେ ନିକଟବର୍ତ୍ତୀ ଗ୍ରାମଗୁଡିକର ୩୧ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଦ୍ବିତୀୟ ଦିବସରେ ଓଡ଼ିଶୀ, କୁଚିପୁଡି, ଛଉ, ସମ୍ବଲପୁରୀ, ରଣପା ଏବଂ ଘୁବୁକୁଗୁଡୁ ଆଦି ଲୋକନୃତ୍ୟୁ କଳା ଓଡିଶାର ରସୁନାମଧନ୍ୟ କଳାକାରଙ୍କ ଦ୍ବାରା ପରିବେଷଣ ହୋଇଥିଲା। ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜଜ ଧର୍ମେନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କାଶୀପୁର ବିଡିଓ ମନିଷା ଦାସ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ ପ୍ରଧାନ, ଉତ୍କଲ ଆଲୁମିନା ୟୁନିଡ ହେଡ ମଜହର ବେଗ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2023/03/Rgda-Utkal-alumina-cultural-programme-4-e1679500157904-1024x440.jpg)
ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିଜର କାର୍ଯ୍ୟ ପରିଚାଳନା କରୁଥିବା ଅଂଚଳର ସ୍ଥାନୀୟ ଜନସମୁଦାୟ ସାଂସ୍କୃତିକ ଓ ପାରଂପାରିକ ମୂଲ୍ୟବୋଧକ ସଂରକ୍ଷଣ ଏବଂ ଏଥିରେ ବୃଦ୍ଧି ଘଟାଇବାକୁ ଦୃଢ ଏକାଗ୍ରତା ନେଇ କାର୍ଯ୍ୟ କରୁଛି।ଏହାର ମୌଳିକ ନୀତି ସମୂହ ସ୍ଥାନୀୟ ପ୍ରଥା ସହିତ ସଦଭାବ ଓ ସଂପ୍ରତି ବଜାୟ ରଖିବା ଉପରେ କେନ୍ଦ୍ରୀଭୁତ ଏବଂ ସେହି ସମୟରେ ଏହା ସେଗୁଡିକର ପରିପୋଷଣ କରିବା ସହିତ ସମର୍ଥନ ଯୋଗାଇ ଦେଉଛି। ଏହା ଉତ୍କଳ ଆଲୁମିନାର ୟୁନିଟ ହେଡ ମଜହର ବେଗ ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ବେହେରା ଧମସା ଉତ୍ସବକୁ ପ୍ରଶଂସା କରିଥିଲେ। ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି, ସୋଆନ ଏଜ ବ୍ୟୁରୋ ହେଡ ଅକ୍ଷୟ ସାହୁ, ସିଆରପିଏଫ ଡିଆଇଜି ଅଜିତ ସାଙ୍ଗୱାନ ନ, ଜିଏମଆରଆଇସି ବିକାଶ ବାଇନ,କାଶୀପୁର ବ୍ଲକ ଅଧ୍ୟକ୍ଷ କାନ୍ତ ମାଝି, ୟୁନିଟ ହେଡ ମଜହର ବେଗ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମୁଦୁଲି ସ୍ଥାନୀୟ କଳା ଓ ସଂସ୍କୃତି ଉପରେ ଦୃଷ୍ଟି ନିବଦ୍ଧ କରିଥିବା ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ପ୍ରଶଂସା କରିଥିଲେ। ସେ ମଧ୍ୟ ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଆଦି କ୍ଷେତ୍ରରେ ଉତ୍କଳ ଆଲୁମିନାର ପ୍ରୟାସମୂଳକକୁ ଉଚ୍ଚ ପ୍ରଶଂସା କରି ଆଦିବାସୀ ଜନସାଧାରଣଙ୍କର ବିକାଶ ଦିଗରେ ଏହାର କାର୍ଯ୍ୟକ୍ରମଗୁଡିକ ସମାଜ କଲ୍ୟାଣ ନିମନ୍ତେ ଉତ୍କର୍ଗୀକୃତ ବୋଲି କହିଥିଲେ।
/sambad/media/post_attachments/wp-content/uploads/2023/03/Rgda-Utkal-alumina-cultural-programme-3-e1679500232894.jpg)
ଏହି ପ୍ରତିଯୋଗିତାରେ ୩୧ଟି ନୃତ୍ୟ ଗୋଷ୍ଠୀ ସେମାନଙ୍କର ପ୍ରସ୍ତୁତି ଦେଇଥିବା ବେଳେ ଗୋକୁଳମୁଣ୍ଡା ଟିମ ଏବଂ ହରିଦାସପୁର ଟିମ ସେମାନଙ୍କର ଚମତ୍କାର ପ୍ରଦର୍ଶନ କରି ବିଚାରକମାନଙ୍କୁ ବିମୁଗ୍ଧ କରିବା ସହ ବିଜେତା ଘୋଷିତ କରିଥିଲେ। ଏଥିରେ ମାଇଲିଗୁଡା ଟିମ ପ୍ରଥମ ରନର ଅପ ଏବଂ ଥୁଟିବୁର ଟିମ ଦ୍ବିତୀୟ ରନର ଅପ ହୋଇଥିଲା। ଏହି ସାଂସ୍କତିକ କାର୍ଯ୍ୟକ୍ରମରେ ୫ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Rgda-Utkal-alumina-cultural-programme-1.jpg)