ଅଷ୍ଟମ‌ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧୀନ ଶଠିଲୋ ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ସମ୍ପର୍କରେ ଅଭିଯୋଗ ହୋଇଛି। ଅଭିଯୋଗ ଗ୍ରହଣ କରି ପୁଲିସ ଅଭିଯୁକ୍ତ ବ୍ୟକ୍ତିକୁ ଆଜି ଗିରଫ କରିଛି। ଘଟଣା ୩୧ ତାରିଖ ଦିନ ୧ଟା ସମୟରେ ଘଟିଥିଲେ ହେଁ ପରିବାର ଲୋକ ଥାନାରେ ଅଭିଯୋଗ ଦେବା ପରେ ସପ୍ତାହକ ପରେ ମାମଲା ରୁଜୁ ହୋଇଛି। ପୁଲିସ ମେଡିକାଲ ରିପୋର୍ଟ ଆଧାରରେ ମାମଲା ରୁଜୁ କରିଛି। ଏଭଳି ଅଭାବନୀୟ ସ୍ପର୍ଶକାତର ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆଲୋଡନ ସୃଷ୍ଟି କରିଛି।

ସୂଚନାନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ନାବାଳିକାକୁ ଫୁସୁଲାଇ ଘର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ନେଇ ଦୁଷ୍କର୍ମ କରିଥିବା ସୂଚନା ମିଳିଛି। ପରିବାର ଲୋକ ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ନାବାଳିକା ଚିକିତ୍ସିତ ହୋଇ ହସ୍ପିଟାଲରୁ ଫେରିବା ପରେ ପରିବାର ଲୋକ ଗତକାଲି ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର