ବାରିପଦା : ପ୍ରଥମେ ହୋଲିର ଖୁସି ପରେ ରଥଯାତ୍ରାର ଭାବବିହ୍ବଳ ପରିବେଶ, ଦୁର୍ଗାପୂଜାର ଅଫୁରନ୍ତ ଆନନ୍ଦ ଏବଂ ଶେଷରେ ବର୍ଷ ଶେଷ ରାତିର ମଜାକୁ ଛଡ଼େଇ ନେଇଛି ମହାମାରୀ କରୋନା। ନାଇଟ୍ କର୍ଫ୍ୟୁ ମଧ୍ୟରେ ମୟୂରଭଞ୍ଜରେ କଟିଛି ଜିରୋ ନାଇଟ୍ ସେଲିବ୍ରେସନ୍। ଅର୍ଥାତ ୨୦୨୦ ଡିସେମ୍ବର ୩୧ ରାତିରେ ଜିଲ୍ଲାରେ କୌଣସି ଉତ୍ସବ ଆୟୋଜନ ହୋଇପାରିନାହିଁ। କରୋନା ମହାମାରୀକୁ ରୋକିବା ଉଦ୍ଦେଶ୍ୟରେ ଆଜି ରାତି ୧୦ରୁ ଜାନୁୟାରୀ ୧, ୨୦୨୧ ସକାଳ ୫ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଏପରିକି ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ନବବର୍ଷ ପାଳନ ତଥା ସ୍ୱାଗତ ଉତ୍ସବ ପାଳନ ଉପରେ ଜିଲ୍ଲାରେ ଥିବା ସମସ୍ତ ହୋଟେଲ, ରେଷ୍ଟାଉରାଣ୍ଟ୍, କ୍ଲବ, କଲ୍ୟାଣ ମଣ୍ଡପ, ପାର୍କ, ସମ୍ମିଳନୀ କକ୍ଷ ଓ ସର୍ବସାଧାରଣ ଆଦି ସ୍ଥାନଗୁଡ଼ିକରେ କୌଣସି ପ୍ରକାର ଜନଗହଳି କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଜାରି କରାଯାଇଛି । ଏହି ସମୟରେ କେବଳ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ଅନୁମତି ଅଛି। ଏହାକୁ ଉଲ୍ଲଙ୍ଘନ କଲେ ବିପର୍ଯ୍ୟୟ ଆଇନ ୨୦୦୫ ବଳରେ ସେମାନଙ୍କ ଉପରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
କର୍ଫ୍ୟୁରେ ବିତିଲା ଜିରୋ ନାଇଟ୍ ସେଲିବ୍ରେସନ, କରୋନା ଛଡ଼େଇନେଲା ବର୍ଷ ଶେଷ ରାତିର ଖୁସି
ମୟୂରଭଞ୍ଜରେ ଲାଗିଲା ଡିସେମ୍ବର ୩୧ ରାତି ୧୦ରୁ ନୁଆବର୍ଷ ପହିଲା ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ
/sambad/media/post_attachments/wp-content/uploads/2020/12/Zero-night-celebration.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)