ପୁରୀରେ ଆଜି ସନ୍ଧ୍ୟା ୬ଟାରୁ ୩ ଘଣ୍ଟା ଯାଏଁ କର୍ଫ୍ୟୁ କୋହଳ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆଜି ସନ୍ଧ୍ୟା ୬ଟାରୁ ୯ଟା ଯାଏଁ କର୍ଫ୍ୟୁ କୋହଳ କରିଦିଆଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ରହିବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏହି ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ଶ୍ରୀ ସିଂହ କହିଛନ୍ତି, ଆସନ୍ତାକାଲି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ କୋହଳ ରହିବ। କିନ୍ତୁ ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ସିଂହଦ୍ୱାର ସମ୍ମୁଖରେ ତିନି ରଥ ଥିବାରୁ ଦିନତମାମ ସିଂହଦ୍ୱାର ଆଗରେ କର୍ଫ୍ୟୁ ଜାରି ରହିବ। ଦିନସାରା ମାର୍କେଟ ଛକଠାରୁ ସିଂହଦ୍ୱାର ଯାଏଁ କର୍ଫ୍ୟୁ ରହିବ ବୋଲି ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର