୧୦.୩୦ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଅଭିଯୁକ୍ତ ଗିରଫ

କଟକ: ବ୍ରାଉନ ସୁଗାର ବ୍ୟବସାୟ ସହ ଜଡ଼ିତ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ପୁଲିସ କହିଛି । ଏଥି ସହିତ ଅଭିଯୁକ୍ତ ଠାରୁ ୧୦.୩୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ବଜାରରେ ଏହାର ମୂଲ୍ୟ ୧୦ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି । ଅଭିଯୁକ୍ତ ଗିରଫ ବ୍ୟକ୍ତିର ନାମ ଘୁଙ୍ଗା ଓରଫ କାର୍ତ୍ତିକ ଦାସ (୪୧) । ସେ ଗଂଜାମ ଜିଲ୍ଲା ଗୋଲନ୍ଥରା ଅଂଚଳର ରଣ୍ଢା ଅଂଚଳର ସ୍ୱର୍ଗତ ଚୌଧୁରୀ ଦାସଙ୍କ ପୁଅ । କଟକ ସହରର ଚାଉଳିଆଗଂଜ ଥାନା ଅନ୍ତର୍ଗତ ନୂଆବଜାର ତେଲିସାହିରେ ରହୁଥିଲା । ପୂର୍ବରୁ କାର୍ତ୍ତିକ ନାଁରେ ଚାଉଳିଆଗଂଜ ଥନାରେ ୭ଟି ଓ ଟାଙ୍ଗୀ ଥାନରେ ୨ଟି ମାମଲା ରୁଜୁ ହୋଇଛି । ଏ ନେଇ କଟକ ସହରର ଚାଉଳିଆଗଂଜ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଏସଆଇ ତୃପ୍ତିମୟୀ ସାହୁ ଟିମ ସହିତ ପେଟ୍ରୋଲିଂ କରୁଥିବା ବେଳେ ଜଗତପୁର ମାର୍କେଟ ପରିସରରେ କାର୍ତ୍ତିକଙ୍କ ଉପରେ ସନ୍ଦେହ କରିଥିଲେ । ସେ କାର୍ତ୍ତିକଙ୍କ ପାଖକୁ ଯାଇ ସର୍ଚ୍ଚ କରିବା ପରେ, ତା’ପାଖରୁ ୧୦.୩୦୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା । କାର୍ତ୍ତିକ ଏହାକୁ ଚାଲାଣ କରିବା ଲାଗି ରାସ୍ତାକଡ଼ରେ ଛିଡ଼ା ହୋଇ କେହି ଜଣେ ବ୍ୟକ୍ତିଙ୍କୁ ଅପେକ୍ଷା କରିଥିଲା । ପୁଲିସ ତାକୁ ପଚରାଉଚରା ବେଳେ ଜାଣିବାକୁ ପାଇଲା ଯେ, ସେ ବ୍ରହ୍ମପୁରର ଗୋଲନ୍ଥରା ଅଂଚଳରୁ ଆସି କଟକର ତେଲିସାହିରେ ବସବାସ କରୁଥିଲା ।

ସମ୍ବନ୍ଧିତ ଖବର