କଟକ ମ୍ୟୁନିସିପାଲଟି ଅଂଚଳରୁ ୧୧ ଜଣ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୩୮ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ କଟକ ମ୍ୟୁନିସିପାଲଟି ବା ସିଏମସି ଅଂଚଳର ୧୧ ଜଣ ରହିଛନ୍ତି | ଏମାନଙ୍କ ମଧ୍ୟରୁ ୬ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବାବେଳେ ୩ ଜଣ ହୋମ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି | ସେହିପରି ୨ଟି ଲୋକାଲ କେସ ସାମ୍ନାକୁ ଆସିଛି | ୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୪୬ ବର୍ଷର ପୁରୁଷ ହୋଇଥିବାବେଳେ ଜଣେ ୨୫ ବର୍ଷର ପୁରୁଷ, ୫୨ ବର୍ଷର ପୁରୁଷ, ୪୧ ବର୍ଷର ପୁରୁଷ, ୪୨ ବର୍ଷର ପୁରୁଷ ଅଛନ୍ତି |

ସେହିପରି ହୋମ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ରାଉସପାଟଣା ଅଂଚଳର ଜଣେ ୮ ବର୍ଷର ଝିଅ ଓ ୩୫ ବର୍ଷର ମହିଳା ରହିଛନ୍ତି | ସେହିପରି ଖପୁରିଆ ଅଂଚଳର ଆଉ ଜଣେ ୫୪ ବର୍ଷର ମହିଳା ମଧ୍ୟ ଚିହ୍ନଟ ହୋଇଛନ୍ତି | ୨ଟି ସ୍ଥାନୀୟ କେସ ମଧ୍ୟରୁ ବକ୍ସି ବଜାର ଅଂଚଳର ଜଣେ ୫୫ ବର୍ଷୀୟ ମହିଳା ଓ ଯୋବ୍ରା ଅଂଚଳର ୨୮ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି |


ଏହି ସଂଖ୍ୟାକୁ ମିଶାଇ ସିଏମସି ଅଞ୍ଚଳରେ ସମୁଦାୟ ୩୩୪ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୮୮ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୧୩୯ଟି ସକ୍ରିୟ ମାମଲା ରହିଥିବାବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର