କଟକ: ଗୋଷ୍ଠୀ ସଂଘର୍ଷରେ ୧୨ ଆହତ

0

ଆଠଗଡ଼: କଟକ ଜିଲ୍ଲାର ଆଠଗଡ଼ ଅଂଚଳରେ ରବିବାର ଗୋଷ୍ଠୀ ସଂଘର୍ଷରେ ୧୨ ଜଣ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁରୁଡ଼ିଝାଡ଼ିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହୋଇଥିଲେ। ଉଭୟ ଗୋଷ୍ଠୀ ମଧ୍ୟରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଂଚିଛି। ଗୋବରା ଗାଁ ଉତ୍ତେଜନାପୂର୍ଣ୍ଣ ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.