କଟକ ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୧୪୪

କଟକ: ଆଜି ସନ୍ଧ୍ୟାରେ କଟକ ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ନରସିଂହପୁର ବ୍ଲକରୁ ୯ ଜଣ, ବଡମ୍ବା ବ୍ଲକରୁ ୨ ଜଣ ଓ କଟକ ମହାନଗର ନିଗମ ଅଞ୍ଚଳରୁ ୨ ଜଣ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି।

ଏଥି ସହିତ କଟକ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୧୪୪ରେ ପହଞ୍ଚିଛି। ଏଯାଏଁ ୫୮ ଜଣ ସୁସ୍ଥ ହୋଇଥିବା ବେଳେ ୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କୋଭିଡ-୧୯ ଯୋଗୁଁ ଜିଲ୍ଲାରେ କେବଳ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର