ଏସ୍‌ସିବି କୋଭିଡ୍‌ ହସ୍ପିଟାଲର ସୁପରିଚାଳନା ପାଇଁ ଗଠନ ହେଲା ୧୫ ଜଣିଆ ବିଶେଷଜ୍ଞ କମିଟି

୩ ୟୁନିଟ୍‌ର ଉପଦେଷ୍ଟା ଦାୟିତ୍ବରେ ୩ ପ୍ରଫେସର

କଟକ: ଏସ୍‌ସିବିରେ ଖୋଲା ଯାଇଥିବା କୋଭିଡ୍‌ ହସ୍ପିଟାଲର ସୁପରିଚାଳନା ପାଇଁ ୧୫ ଜଣିଆ ବିଶେଷଜ୍ଞ ମଣ୍ଡଳୀ ଗଠନ କରାଯାଇଛି। କିଏ କେଉଁ ଦାୟିତ୍ବରେ ରହିବେ ସେଥିପାଇଁ ମଧ୍ୟ ଦାୟିତ୍ବ ଦିଆଯାଇଛି। ରୋଗୀ ଯେପରି ଉତ୍ତମ ସେବା ଓ ଚିକିତ୍ସା ପାଇ ପାରିବେ ସେଥିପାଇଁ ୨୪ ଘଣ୍ଟା ଦୁଇଟି ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ବର୍ତ୍ତମାନ ଏସ୍‌ସିବିରେ ୩ଟି ୟୁନିଟ୍‌ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ଥିବାବେଳେ ଖୁବ୍‌ଶୀଘ୍ର ଚତୁର୍ଥ ୟୁନିଟ୍‌ କାର୍ଯ୍ୟକ୍ଷମ କରାଯିବ। ଯେଉଁଠି ଆଇସିୟୁ ସହିତ ଶହେ ବେଡ୍ ରହିବ।

ଏସ୍‌ସିବି ଚକ୍ଷୁ ବିଭାଗ କୋଭିଡ୍‌ ୟୁନିଟ୍‌ ୧ ପାଇଁ  ଉପଦେଷ୍ଟା ଭାବେ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ, ୟୁନିଟ୍ ଦାୟିତ୍ବରେ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି, ଆଇସିୟୁ ପାଇଁ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦେବାଶିଷ ସ୍ବାଇଁ, ଇନ୍‌ଡେ‌ାର ପାଇଁ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଆଦିତ୍ୟ ନାରାୟଣ ସାହୁ ଏବଂ ଓପିଡି ଓ ଫିବର କ୍ଲିନିକ୍‌ ପାଇଁ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ନୃଂସିହ ଚରଣ ଦାଶ ଦାୟିତ୍ବରେ ରହିଛନ୍ତି।

ସେହିପରି ନ୍ୟୁ ମେଡିସିନ୍‌ କୋଠାରେ ଚାଲିଥିବା ୟୁନିଟ୍ ୨ ପାଇଁ ଉପଦେଷ୍ଟା ଭାବେ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ଦାୟିତ୍ବରେ (ଇନ୍‌ଚାର୍ଜ) ଆସୋସିଏଟ୍‌ ପ୍ରଫେସର ଡାକ୍ତର ପ୍ରଭାତ କୁମାର ଥାଟ୍ଟୋଇ, ଆଇସିୟୁ ପାଇଁ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦେବାଶିଷ ସ୍ବାଇଁ, ଇନ୍‌ଡୋର ପାଇଁ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସଂଜୟ କୁମାର ବେହେରା, ୪ର୍ଥ ମହଲା ଆଇସି ସର୍ଜରି ପାଇଁ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଅଜୟ କୁମାର ସାହୁ ଦାୟିତ୍ବରେ ଅଛନ୍ତି।

ଯୁନିଟ୍‌ ୩ କୋଭିଡ୍‌ ୱାର୍ଡ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଚାଲିଥିବା ବେଳେ ତାର ଉପଦେଷ୍ଟାଭାବେ ପ୍ରଫେସର ଡାକ୍ତର ତୁଷାର କର, ଇନ୍‌ଚାର୍ଜ ଆସୋସିଏଟ୍‌ ପ୍ରଫେସର ଡାକ୍ତର ନିହାର ରଞ୍ଜନ ବେହେରା ରହିଛନ୍ତି। ସେହିପରି ପଲ୍ୟୁମନାରି ବିଭାଗ ସେଣ୍ଟର ଅଫ୍‌ ଏକ୍ସଲେନ୍ସି କୋଠାରେ କାର୍ଯ୍ୟକ୍ଷମ ହେବାକୁ ଥିବା ୟୁନିଟ୍‌ ୪ ପାଇଁ ଉପଦେଷ୍ଟା ଭାବେ ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ, ଇନ୍‌ଚାର୍ଜଭାବେ ଆସୋସିଏଟ୍‌ ପ୍ରଫେସର ଡାକ୍ତର ମନୋରଞ୍ଜନ ଦାଶ, ଏଏମ୍‌ଓଭାବେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ସ୍ବାଇଁଙ୍କୁ ଦାୟିତ୍ବ ଦିଆଯାଇଛି। କଂଟ୍ରୋଲ ରୁମ୍‌ ଦାୟିତ୍ବରେ ହସ୍ପିଟାଲ ମ୍ୟାନେଜର ଦେବାଶିଷ ପାତ୍ର, ହେଲ୍ପ ଡେସ୍କରେ ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି, ଅକ୍ସିଜେନ କଂଟ୍ରୋଲ ରୁମ୍‌ ଦାୟିତ୍ବ ଓ ପରିଚାଳନା ପାଇଁ ଆକାଉଣ୍ଟସ୍‌ ଅଫିସର ପଂଚାନନ ବେହେରା, ଅକ୍ସିଜେନ ପ୍ଲାଣ୍ଟ ଓ ଶବ ଗୃହ ଦାୟିତ୍ବରେ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କୁ ଦାୟିତ୍ବ ଦିଆଯାଇଥିବା ଡିନ୍‌ ତଥା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ସଂପର୍କରେ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍‌ କୋର କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର