ମହାନଦୀ ପଠା ଗାନ୍ଧିପଲ୍ଲୀ ଜୁଆ ଆଡ୍ଡା ଉପରେ ପୁଲିସର ଫାଙ୍କା ଗୁଳିଚାଳନା, ୧୫ ଜୁଆଡି ଫସିଲେ

କଟକ: ମହାନଦୀ ପଠାର  ଗାନ୍ଧିପଲ୍ଲୀସ୍ଥିତ ଜୁଆ ଆଡ୍ଡା ଉପରକୁ ସୋମବାର ଅପରାହ୍ନରେ ପୁଲିସ ଫାଙ୍କା ଗୁଳିଚାଳନା କରିଥିବା ଜଣାପଡ଼ିଛି । ଏହି ଗୁଳିଚାଳନାରେ ୧୫ଜଣ ଜୁଆଡି ଫସିଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ଅନେକ ଦିନ ହେବ ମହାନଦୀ ପଠା ଗାନ୍ଧିପଲ୍ଲୀ ନିକଟରେ ଥିବା ଜୁଆ ଆଡ୍ଡାକୁ ନେଇ ପୁଲିସ ପାଖକୁ ଅଭିଯୋଗ ଆସିଥିଲା। ଏହାପରେ ଜୁଆଡିଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇ ଆସିଥିଲା। ଆଜି ପରାହ୍ନରେ ଏହି ଜୁଆ ଆଡ୍ଡାରେ ଖେଳ ଚାଲିଥିବା ଖବର ପାଇ ଉପରକୁ ପୁଲିସ ଫାଙ୍କା ଗୁଳିଚାଳନା କରିଥିଲା। ଫଳରେ ୧୫ଜଣ ଜୁଆଡି ପଠାରେ  ଫସି ଯାଇଥିଲେ। ଏମାନଙ୍କଠାରୁ ୧୫,୦୦୦ ଟଙ୍କା,୮ଟି ମୋବାଇଲ ଓ ୫ଟି ବାଇକ ଜବତ ହୋଇଛି। ଅଧିକ ସୂଚନା ପାଇଁ ପୁଲିସ ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧିତ ଖବର