କଟକ: କରୋନା ମୁକାବିଲା ପାଇଁ ଏସ୍‌ସିବିରୁ ୧୫୦ଜଣ ପିଜି, ହାଉସ୍‌ସର୍ଜନ୍‌ ଡାକ୍ତରଙ୍କୁ ୧୦ଟି ଜିଲ୍ଲାକୁ ପଠାଯାଇଛି। ସେମାନଙ୍କୁ ରାୟଗଡ଼ା, ମାଲକାନଗିରି, ସୋନପୁର, କୋରାପୁଟ ଭଳି ବିଭିନ୍ନ ଜିଲ୍ଲାକୁ ପଠାଯାଇଛି।

Advertisment

publive-image odishabytes.com

ଏସ୍‌ସିବିରୁ ଅନ୍ୟ ଜିଲ୍ଲାକୁ ଡାକ୍ତର ପଠାଇ ଦିଆଯାଇଥିବାରୁ ଏସ୍‌ସିବିରେ ଆଗକୁ ଯେଉଁ ୭୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଓ ନର୍ସିଂ ‌ହ‌ଷ୍ଟେଲରେ ଖୋଲାଯିବାକୁ ଥିବା ସିସିସି ଖୋଲାଗଲେ ଡାକ୍ତର ସମସ୍ୟା ବି ଦେଖା ଦେଇପାରେ ବୋଲି ଆଲୋଚନା କରାଯାଉଛି। ଖୁବ୍‌ ଶୀଘ୍ର ଏସ୍‌ସିବି ପରିସରରେ ଥିବା ନର୍ସିଂ ହଷ୍ଟେଲରେ ସିସିସି ଖୋଲାଯିବା ସହ ୨ଶହରୁ ଅଧିକ ବେଡ୍‌ର ବ୍ୟବସ୍ଥା କରାଯିବ ଓ ପ୍ରତି ବେଡ୍‌ରେ ଅକ୍ସିଜେନ ରଖାଯିବାର ଯୋଜନା କରାଯାଇଛି।