କଟକ: କଟକରେ ହଜାରେ ଟପୁନି ସଂକ୍ରମିତଙ୍କ ସଂଖ୍ୟା। ଯଦିଓ ସହରରୁ କମୁନି, ଗାଁରୁ କିନ୍ତୁ ସାଢ଼େ ୫ଶହ ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା। ଲଗାତାର ୫ଦିନ ହେଲା ଗାଁରେ ୪ଶହ ଉପରେ ସଂକ୍ରମଣ ସଂଖ୍ୟା ଥିବାବେଳେ ଆଜି ଏହି ସଂଖ୍ୟା ୫୫୧ ରହିଛି। କଟକ ଜିଲ୍ଲାରେ ୭୭୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସହରରୁ ୧୯୨ଜଣ ଓ ଗାଁରୁ ୫୫୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରବିବାର ହଜାରେ ଉପରେ ସୁସ୍ଥତା ହାର ରହିଥିବାବେଳେ ୧୦୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରବିବାର ୪୮୦୧ କରୋନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୧୩୬୯ଟି ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେଥିରୁ ୧୪୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି।
ସହରରେ ୧୯୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସିଡିଏର ବିଭିନ୍ନ ସେକ୍ଟର୍ରୁ ୧୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବିଡ଼ାନାସୀ ଓ ଜଗତପୁରରୁ ୧୪ ଜଣ ଲେଖାଏ, ବକ୍ସିବଜାରରୁ ୧୩, ଚାଉଳିଆଗଞ୍ଜରୁ ୧୨, ସମେତ ସହରର ୫୦ରୁ ଅଧିକ ସ୍ଥାନରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଇନ୍ଷ୍ଟିଚ୍ୟୁସନାଲ କ୍ବାରାଣ୍ଟିନ୍ରୁ ୧୫, ଗୃହ ସଙ୍ଗରୋଧରୁ ୧୨୧ ଓ ସ୍ଥାନୀୟ ସଂକ୍ରମଣରୁ ୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ଗ୍ରାମାଞ୍ଚଳରୁ ୫୫୧ଜଣ ସଂକ୍ରମିତଙ୍କ ମଧ୍ୟରୁ ଆଠଗଡ଼ରୁ ସର୍ବାଧିକ ୮୮, କଟକ ସଦରରୁ ୫୭, ବଡ଼ମ୍ବାରୁ ୨୦, ବାଙ୍କୀରୁ ୩୪, ବାରଙ୍ଗରୁ ୩୦, ଚୌଦ୍ବାରରୁ ୨୯, ଡମପଡ଼ାରୁ ୧୭, କଣ୍ଟାପଡ଼ାରୁ ୪୨, ମାହାଙ୍ଗାରୁ ୩୫, ନରସିଂହପୁରରୁ ୩୮, ନିଆଳିରୁ ୪୧, ନିଶ୍ଚିନ୍ତକୋଇଲି ୨୭, ସାଲେପୁରରୁ ୪୭, ଟାଙ୍ଗୀରୁ ୪୧, ତିଗିରିଆରୁ ୫ ଓ ଅନ୍ୟଜିଲ୍ଲାରୁ ୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
କଟକ ଜିଲ୍ଲାରେ ରବିବାର ୪୮୦୧ କରୋନା ପରୀକ୍ଷା ହୋଇଥିଲା। ସେଥିରୁ ୧୩୬୯ଟି ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେଥିରୁ ୧୪୦ ଜଣ ଜଣ ପଜିଟିଭ୍ ହୋଇଥିବାବେଳେ ଆଠଗଡ଼ରୁ ୭, ବାଙ୍କୀରୁ ୧୦, ଟାଙ୍ଗୀ ୧, ତିଗିରିଆ ୨, ଡମପଡ଼ାରୁ ୫, କଣ୍ଟାପଡ଼ାରୁ ୧୧, ବାରଙ୍ଗରୁ ୩, ବଡ଼ମ୍ବା ୧, ନରସିଂହପୁର ୬, ନିଶ୍ଚିନ୍ତକୋଇଲି ୩, ନିଆଳି ୨୫, ରେଲୱେ ଷ୍ଟେସନରୁ ୬, ସିଡିଏ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରୁ ୨୨ , ଚାଉଳିଆଗଞ୍ଜରୁ ୮ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।