କଟକ: ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩୧୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ସହରରୁ ୧୯୮ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସରକାରୀ ସଂଗରୋଧରୁ ୬୭ ଜଣ ଓ ୫୭ ଜଣ ଘରୋଇ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି। ସେହିପରି ୭୪ ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଅନ୍ୟ ପକ୍ଷରେ ଖୁସୀ ଖବର ହେଲା, ଗତ ୨୪ ଘଣ୍ଟା ମଧ୍ୟରେ ୩୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
#COVID19 update in Cuttack city (CMC area)
Out of the 312 new COVID19 +ve cases reported today in #Cuttack district, 198 +ve cases belong to Cuttack city (CMC area).
Another 318 recoveries (31st August data) have been reported recently! KUDOS to all doctors & healthcare staff. pic.twitter.com/ud7f1Jve77
— CMC,Cuttack (@CMCCuttack) September 1, 2020
ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ ସଂଗରୋଧରୁ ଆଜି ମୋଟ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୬ ଜଣ ଅଛନ୍ତି କରୋନା ଯୋଦ୍ଧା ଅଛନ୍ତି। ଆଜି ସରକାରୀ ସଂଗରୋଧରୁ ୩୯ ଜଣ ପୁରୁଷ ଓ ୧୨ ଜଣ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସହରର ବିଭିନ୍ନ ସ୍ଥାନରୁ ଗୃହ ସଂଗରୋଧରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ଯୋଗୁଁ ୭୪ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ, କଟକ ସହରରୁ ଏ ପର୍ଯ୍ୟନ୍ତ ୫୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨୩୨ ଜଣ ସୁସ୍ଥ ହୋଇଛନ୍ତି। ୧୮୬୩ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଛି।