ବାଙ୍କୀ: ବଜ୍ରପାତରେ ୨ ମୃତ, ୪ ଗୁରୁତର

ବାଙ୍କୀ:  କଟକ ଜିଲ୍ଲାର ବାଙ୍କୀର ଡମପଡା ବ୍ଲକ ଦୁଲଣାପୁର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏହି ଗାଁରେ ବଜ୍ରପାତ ଘଟି ଦୁଇ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି। ବଜ୍ରଘାତରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଦ୍ବୟ ସେହି ଗାଁର ଗତିକୃଷ୍ଣ ପରିଡ଼ା ଓ ରମେଶ ସାହୁ ବୋଲି ଜଣାପଡ଼ିଛି। ସେପଟେ ୪ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।

ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିଥିଲା। ସେମାନଙ୍କୁ ତୁରନ୍ତ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର