କୋଭିଡ୍‌ କଟକଣା ନମାନିବାରୁ ସିଲ୍‌ ହେଲା କଟକର ୨ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟର

କଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍ କଟକଣାକୁ କଡ଼ାକଡ଼ି କରିଛନ୍ତି । ଏହାକୁ ଅବମାନନା କଲେ ଜରିମାନା ସହ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି କ୍ରମରେ ଆଜି କଟକର ୨ ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ସିଲ୍ କରିଛି କଟକ ମହାନଗର ନିଗମ ଏନଫେର୍ସମେଣ୍ଟ ଟିମ୍। ଏନଫେର୍ସମେଣ୍ଟ ଟିମ୍ ଯାଞ୍ଚ୍ କରୁଥିବା ବେଳେ ଏହି ଦୁଇଟି ଡାଇଗ୍ନୋଷ୍ଟିକ ସେଣ୍ଟରରେ ଭିଡ଼ ସାଙ୍ଗକୁ କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଯାଞ୍ଚ୍‌ ପରେ ଏହାକୁ ସିଲ୍ କରାଯାଇଛି । ସିଲ୍ ହୋଇଥିବା ଡାଇଗ୍ନୋଷ୍ଟିକ୍ ସେଣ୍ଟର ହେଲା ଗୀତା ଡାଇଗ୍ନୋଷ୍ଟିକ ଓ ଅନ୍ୟଟି ମା’ ଡାଇଗ୍ନୋଷ୍ଟିକ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର