କଟକ: ଏସ୍‌ସିବିରେ ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପାଇଁ ଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଫଳରେ କିପରି ତୁରନ୍ତ ଏନେଇ ବ୍ୟବସ୍ଥା କରାଯିବ ସେ ସଂପର୍କରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ କୋଭିଡ୍‌ ହସ୍ପିଟାଲରେ ମଙ୍ଗଳବାରେ ସୁଦ୍ଧା ପେସେଣ୍ଟ ଆଡ୍ରେସିଂ ବ୍ୟବସ୍ଥାକୁ ଲାଗୁ କରାଯିବା ପାଇଁ ଯୋଜନା କରିଛନ୍ତି କର୍ତ୍ତୃପକ୍ଷ। ଯାହାଫଳରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ତାଙ୍କ ପରିବାରବର୍ଗ ସୂଚନା ପାଇପାରିବେ। ବର୍ତ୍ତମାନେ ଏସ୍‌ସିବିରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ଥିବାବେଳେ ୫୦ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ସେଥିରୁ ୨୦ଜଣ ଆଇସିୟୁରେ ଥିବାବେଳେ ବାକି ୩୦ଜଣ ୱାର୍ଡରେ ରହିଛନ୍ତି। କୋଭିଡ ୱାର୍ଡରେ ନିୟୋଜିତ ଲ୍ୟାବ ଟେକନିସିଆନ, ଡାଟାଏଣ୍ଟ୍ରି ଅପରେଟରଙ୍କୁ ଛାଡିଦେଲେ ରେଡ଼ିଓଗ୍ରାଫର, ଫାର୍ମାସିଷ୍ଟ,  ଷ୍ଟାଫନର୍ସ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟରୁ ୧୫ ପ୍ରତିଶତଙ୍କୁ ନେଇ ୱାର୍ଡ କାର୍ଯ୍ୟ କରାଯାଉଛି।

Advertisment

publive-image odishabytes.com

ଅକ୍ଟୋବରରେ ଶେଷ ସପ୍ତାହରେ ଏସସିବିରେ ୫୦୦ ଶହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲା ଯାଇଥିଲା। କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଶଯ୍ୟା ସଂଖ୍ୟା ମଧ୍ୟ କମାଇ ୧୦୦ଟି ଶଯ୍ୟା ରହିଥିଲା। କରୋନା ସଂକ୍ରମଣ ବଢି ଚାଲିଥିବାରୁ ପୁଣିଥରେ ଶଯ୍ୟା ସଂଖ୍ୟା ବଢ଼ିବା ଲାଗି ମେଡିକାଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ଯାହାକୁ ସରକାର ମଂଜୁରୀ ହେଇଛନ୍ତି।  ଏସସିବିରେ ୨୫୦ ଶଯ୍ୟା କରିବାକୁ ପ୍ରସ୍ତାବ ରହିଛି। ଚକ୍ଷୁ ବିଭାଗ କୋଠାର ପ୍ରଥମ ମହଲାରେ ୫୦ଟି ଶଯ୍ୟା, ୩ୟ ମହଲାରେ ୧୦୦ଟି ଓ ୪ର୍ଥ ମହଲାରେ ୧୦୦ଟି ସାଧାରଣ ଶଯ୍ୟା କରାଯିବାକୁ ଥିବା ଯୋଜନା ଥିବା ବେଳେ ୬୦ଟିଆଇସିୟୁ ଶଯ୍ୟା କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ସ୍କିଲ ଲାବ୍‌ରେ ୫୦ ବେଡ୍‌ ପାଇଁ ମଧ୍ୟ ଯୋଜନା ରଖାଯାଇଥିବା ଏସ୍‌ସିବିର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।