କଟକ: ସିଡିଏରେ ବଡ଼ ଧରଣର ଡକାୟତି ଯୋଜନା କରୁଥିବା ଏକ ବଡ଼ ଗ୍ୟାଙ୍ଗକୁ କାବୁ କରିଛି ମର୍କତନଗର ଥାନା ପୁଲିସ। ଏହି ଗ୍ୟାଙ୍ଗର ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଜଗତସିଂହପୁର ସମୀର ପ୍ରଧାନ(୪୦), ବିଶ୍ବଜିତ ବଳିଆରସିଂହ ଓରଫ ଚିଣ୍ଟୁ(୩୦) ଏବଂ ମର୍କତନଗର ସତିଚଉରାର ଘଣ୍ଟୁଆ ଓରଫ ଅନିଲ ଦାସ(୨୭)। ପୁଲିସ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି ଜବତ କରିଥିବା ବେଳେ ଆହୁରି ୨ ଜଣ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।
ସେକ୍ଟର ୬ ବାଲିଘାଟ ନିକଟରେ ୫ ଜଣ ଅପରାଧୀ ଗଲା ୧୫ ତାରିଖ ସନ୍ଧ୍ୟାରେ ଏକାଠି ହୋଇ ସିିଡିଏ ଅଞ୍ଚଳରେ ଡକାୟତି କରିବାକୁ ଷଡ଼ଯନ୍ତ୍ର କରୁଥିଲେ।

Advertisment

ଏହି ଗ୍ୟାଙ୍ଗ୍ ସିଡିଏ ସେକ୍ଟର ୯ ଅଞ୍ଚଳରେ ଗହଣା ଦୋକାନରେ ଡକାୟତି ଯୋଜନା ହେଉଥିଲା। ମର୍କତନଗର ଆଇଆଇସି ବ୍ୟୁଟି ମହାନ୍ତିଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଘଟଣା ସ୍ଥଳରେ ଚଢ଼ଉ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଥିଲେ। ସେମାନଙ୍କ ନିକଟରୁ ୭.୬୫ ଏମଏମ ଦେଶୀ ବନ୍ଧୁକ, ଦୁଇ ରାଉଣ୍ଡ ୭.୬୫ ଏମଏମ୍ ଜୀବନ୍ତ ଗୁଳି, ଦୁଇଟି ଭୁଜାଲି, ତିନିଟି ମୋବାଇଲ୍ ଏବଂ ଦୁଇଟି ବାଇକ୍ ଜବତ ହୋଇଥିଲା।

publive-image
ଅଭିଯୁକ୍ତ ସମିର ବିରୋଧରେ ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାରେ ୮ଟି ଡକାୟତି ମାମଲା, ବିଶ୍ବଜିତ ବିରୋଧରେ ଜଗତସିଂହପୁର ଜିଲ୍ଲାରେ ୭ଟି, ଅନିଲ ବିରୋଧରେ କଟକ କମିସନରେଟ୍ ପୁଲିସରେ ୧୭ଟି ମାମଲା ରହିଥିବା ଡିସିପି ପ୍ରତୀକ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଏସିପି ତାପସ ପ୍ରଧାନଙ୍କ ସମେତ ମର୍କତନଗର ଥାନା ଆଇଆଇସି ବ୍ୟୁଟି ମହାନ୍ତି ପ୍ରମୁଖ ସାମିଲ ଥିଲେ। ନାଳ ଜିଲ୍ଲାରେ ୮ଟି ଡକାୟତି ମାମଲା, ବିଶ୍ବଜିତ ବିରୋଧରେ ଜଗତସିଂହପୁର ଜିଲ୍ଲାରେ ୭ଟି, ଅନିଲ ବିରୋଧରେ କଟକ କମିସନରେଟ୍ ପୁଲିସରେ ୧୭ଟି ମାମଲା ରହିଥିବା ଡିସିପି ପ୍ରତୀକ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଏହି ସମ୍ମିଳନୀରେ ଏସିପି ତାପସ ପ୍ରଧାନ ଓ ଆଇଆଇସି ବ୍ୟୁଟି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।