କଟକ: ଦୁଇ ମହଲା କୋଠାଘର ୩ ଫୁଟ ଉପରକୁ ଉଠିଯିବ। ରାସ୍ତା ଠାରୁ ତଳେ ଥିବା ଘରେ ଟିକିଏ ବର୍ଷାରେ ପାଣି ପଶୁଥିବା ବେଳେ ଏବେ ରାସ୍ତା ଉପରକୁ ଉଠି ଯିବ ଘର। ମଙ୍ଗଳାବାଗର ପ୍ରଫୁଲ୍ଲ ଚୌଧୁରୀ ତାଙ୍କ ଘରକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିନି ଫୁଟ ଉପରକୁ ଉଠାଇବା ପାଇଁ କାମ ଆରମ୍ଭ କରିଛନ୍ତି। ହରିୟାନା ରାଜ୍ୟର ଏକ ଘରୋଇ ସଂସ୍ଥା ଦୁଇ ମହଲା କୋଠା ଘରକୁ ଉଠାଇବା ଦାୟିତ୍ବ ନେଇଛି। ଫେବୁଆରି ୧୦ରୁ କାମ ଆରମ୍ଭ ହୋଇଥିବା ବେଳେ ମେ’ ମାସ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ।
Sambad୧୪ଶହ ବର୍ଗଫୁଟ ଜାଗା ଉପରେ ଛିଡା ହୋଇଥିବା ଦୁଇ ମହଲା କୋଠା ଘରକୁ ୩ଫୁଟ ଉଠିବା ପାଇଁ ଅଢେଇ ଶହରୁ ଅଧିକ ଜଗ୍ ଲାଗିଛି। ଏଥିରେ ମୋଟ ଉପର ତଳ କରି ୧୪ଟି କୋଠରି ରହିଛି। ଉକ୍ତ କାମରେ ପ୍ରତିଦିନ ୨୦ରୁ ୨୫ଜଣ ଲୋକ ଲାଗିଛନ୍ତି। ଘର ଲିଫଟିଂ ଓ ଏହା ମରାମତି ବାବଦରେ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଘର ଉଠାଇବା ସମୟରେ ତଳ ଘରର ପାଣି, ଇଲେକ୍ଟ୍ରିକ, ସ୍ବୋରେଜ୍ ସବୁ କିଛି ଆଉଥରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/1-8.jpg)