କଟକ: ଢେଙ୍କାନାଳ ଗୁଡ୍ ନିଉଜ ଇଣ୍ତିଆ ଡ୍ରିମ୍ସ ସେଣ୍ଟର୍ର ଯୌନ ନିର୍ଯାତନା ଘଟଣା ପରେ କେନ୍ଦ୍ର ସରକାରଙ୍କ ସ୍କାନର୍ରେ ଆସିଛନ୍ତି ଓଡ଼ିଶାର ୩୦୪ ସେଲ୍ଟର୍ ହୋମ। ଆଜି ଏନ୍ସିପିସି (ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ)ଙ୍କ ଏକ ଟିମ୍ କଟକରେ ୪ଟି ସେଲ୍ଟର ହୋମ୍ରେ ପହଞ୍ଚି ଯାଞ୍ଚ କରିଛନ୍ତି। ସ˚ସ୍ଥାର ପଞ୍ଜୀକରଣ ସ˚କ୍ରାନ୍ତ ସମସ୍ତ କାଗଜପତ୍ର, ଅନ୍ତେବାସୀଙ୍କ ଉପସ୍ଥାପନ ଏବ˚ ଭିତ୍ତିଭୂମି ଯାଞ୍ଚ କରାଯାଇଛି। ଆଜି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଏ ପ୍ରକାର ଛାନଭିନ ଜାରି ରହିବା ସହିତ କଟକ ଜିଲ୍ଲାରେ ଥିବା ମୋଟ ୧୯ଟି ସ˚ସ୍ଥା ପରବର୍ତ୍ତି ପର୍ଯ୍ୟାୟରେ ଯାଞ୍ଚ କରାଯିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି।
ଢେଙ୍କାନାଳ ବେଲ୍ଟିକିରିରସ୍ଥିତ ଗୁଡ୍ ନିଉଜ୍ ଇଣ୍ତିଆ ଡ୍ରିମ୍ ସେଣ୍ଟରରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଏବ˚ ଧର୍ମ ପରିବର୍ତ୍ତନ ପ୍ରସ˚ଗ ଦେଶରେ ଚହଳ ସୃଷ୍ଟି କରିଛି। ଏହି ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏନ୍ସିପିସିର ୯ଟି ଟିମ୍ ଓଡ଼ିଶାର ସମସ୍ତ ସେଲ୍ଟର ହୋମ୍ ଯାଞ୍ଚ ପାଇଁ ଆଜି ଆସିଛି। କଟକରେ ଏନ୍ସିପିସିର ଗୋଟିଏ ଟିମ୍ ଆଜି ପହଞ୍ଚିଛି। ଏନ୍ସିପିର ସଦସ୍ୟ ଯଶବନ୍ତ ଜୈନ୍, ମିନୁ ମେହେରାଙ୍କ ନେତୃତ୍ବରେ ଏହି ଟିମ୍ ଆଜି ବିଡ଼ାନାସୀସ୍ଥିତ ବସୁନ୍ଧରା, ଲଭ୍ ଚ୍ୟାରିଟି ଚିଲ୍ଡ୍ରେନସ୍ ହୋମ୍, ଚୌଦ୍ବାରସ୍ଥିତ ସର୍ଭେଣ୍ଟସ୍ ଅଫ୍ ଇଣ୍ତିଆ ସୋସାଇଟି, ସିଲ୍ ହୋଇଥିବା ଗୁଡ୍ ନିଉଜ ଇଣ୍ତିଆ ଡ୍ରିମ୍ସ ସେଣ୍ଟର୍ର ଚୌଦ୍ବାର ଶଙ୍କରପୁରରେ ଥିବା ଶାଖା କାର୍ଯ୍ୟାଳୟରେ ଯାଞ୍ଚ କରିଛନ୍ତି।
ଜେଜେ ଆକ୍ଟର ଫର୍ମ ୪୬ ଅନୁଯାୟୀ, ସେଲଟର୍ ହୋମ୍ର ପଞ୍ଜୀକରଣ ସ˚କ୍ରାନ୍ତ ସାର୍ଟିଫିକେଟ୍, କେଉଁ ଅନ୍ତେବାସୀ କେବେ ସେଲ୍ଟର୍ ହୋମ୍କୁ ଆସିଛନ୍ତି ଏବ˚ ବାହାରକୁ ଯାଇଛନ୍ତି- ସେ ସ˚କ୍ରାନ୍ତ ଉପସ୍ଥାପନ ଖାତା, ସ˚ସ୍ଥାରେ ଆବଶ୍ୟକ ଭିତ୍ତିଭୂମି, ଅନ୍ତେବାସୀ କିଭଳି ଅବସ୍ଥାରେ ରହୁଛନ୍ତି, ସେଗୁଡ଼ିକ ଯାଞ୍ଚ କରାଯାଇଥିଲା। ସେଲ୍ଟର୍ ହୋମ୍ରେ ଥିବା ସମସ୍ତ ଅଧିକାରୀ ଏବ˚ କର୍ମଚାରୀଙ୍କ ବିରୋଧରେ କୌଣସି ଅପରାଧୀକ ମାମଲା ଅଛି କି ନାହିଁ, ସେ ନେଇ ପୁଲିସର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାମ୍ପସ୍ରେ ପର୍ଯ୍ୟାପ୍ତ ସିସି କ୍ୟାମେରା ଖଞ୍ଜିବାକୁ କୁହାଯାଇଛି। ଟିମ୍ ଆଜି ବିଭିନ୍ନ ସେଲ୍ଟର ହୋମ୍ର ଅନ୍ତେବାସୀଙ୍କ ସହିତ ଆଲୋଚନା କରିବା ସହିତ ନିୟମିତ ଖାଦ୍ୟ ରୁଟିନ୍ ସଂପର୍କରେ ପଚାରି ବୁଝିଥିଲେ। ରୋଷେଇ ଘର ଏବ˚ ଶୋଇବା ଘର ମଧ୍ୟ ବୁଲି ଦେଖିଥିଲା ଟିମ୍।
ଏନ୍ସିପିର ସଦସ୍ୟ ଯଶବନ୍ତ ଜୈନ କହିଛନ୍ତି, ଏଣିକି ସେଲ୍ଟର ହୋମ୍ରେ ନିୟମିତ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ। ଯେଉଁ ପିଲାମାନେ ହୋମ୍ରେ ରହିବାକୁ ଆସୁଛନ୍ତି, ସେମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସ୍ଥାନୀୟ ପୁଲିସ ନିକଟରେ ରହିବ।
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସ୍ସିପିସିଆର୍)ର ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ, ହରିହର ନାୟକ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରୋଗ୍ରାମି˚ ମ୍ୟାନେଜର ସ˚ଗ୍ରାମ କେଶରୀ ସାମଲ, କଟକ ଡିସିପିଓ (ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ) ପ୍ରଗତୀ ମହାନ୍ତି, ଏଡିଏମ୍ ବିଜୟ କୁମାର ଖଣ୍ତାୟତରାୟ, ସିଡବ୍ଲୁସି ଅଧ୍ୟକ୍ଷ ସନ୍ଧ୍ୟାରାଣୀ ଜେମା ପ୍ରମୁଖ ଏହି ତଦନ୍ତ ଟିମ୍ରେ ଏନ୍ସିପିସିକୁ ସହଯୋଗ କରିଥିଲେ।
ସ୍କାନର୍ରେ ରାଜ୍ୟର ୩୦୪ ସେଲଟର୍ ହୋମ୍:କଟକର ୪ ଅନୁଷ୍ଠାନରେ ଏନ୍ସିପିସି ଯାଞ୍ଚ
କର୍ମଚାରୀଙ୍କ ଅପରାଧୀକ ରେକର୍ଡ ଖୋଳତାଡ ନିର୍ଦ୍ଦେଶ :ଲାଗିବ ପର୍ଯ୍ୟାପ୍ତ ସିସି କ୍ୟାମେରା
/sambad/media/post_attachments/wp-content/uploads/2018/12/shelture-home.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)