କଟକ ଜିଲ୍ଲାରୁ ଆଉ ୫୦ଟି କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : କଟକ ଜିଲ୍ଲାରୁ ଆଉ ୫୦ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ୫୦ଟି ମାମଲା ମଧ୍ୟରୁ ବଡ଼ମ୍ବାରୁ ୩୩ଟି, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ୧୩ଟି,ନିଶ୍ଚିନ୍ତ କୋଇଲି, ଅର୍ବାନ ଓ ଅଡଶପୁରରୁ ଗୋଟିଏ ଲେଖାଏଁ ମାମଲା ଚିହ୍ନଟ ହୋଇଛି ।

ବଡ଼ମ୍ବାରେ ୩୩ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ୮ଟି ପଞ୍ଚାୟତରୁ ଏସବୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜମ୍ବର ମହାନ୍ତି ସୂଚନା ଦେଇଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ୩୩ଟି ନୂଆ ସଂକ୍ରମଣ ମାମଲା ମଧ୍ୟରୁ ମାତ୍ର ୨ଟି ହୋମ କ୍ୱାରାଣ୍ଟାଇନରେ ଥିବାବେଳେ ୩୧ଟି ସ୍ଥାନୀୟ ସଂକ୍ରମଣ ମାମଲା । ଏକ ପାଥୋ ଲାବ ଓ ସଂକ୍ରମିତ ପୁଲିସଙ୍କ ସଂସ୍ପର୍ଶରେ ଆସି ଏମାନେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଏ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ସମ୍ବନ୍ଧିତ ଖବର