କଟକ: କଟକ ଜିଲ୍ଲାରୁ ଆଜି ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସହରାଞ୍ଚଳରୁ ୨୯ ଜଣ ଥିବା ବେଳେ ଗ୍ରାମାଞ୍ଚଳରୁ ୧୭ ସଂକ୍ରମିତ ଅଛନ୍ତି। ଜିଲ୍ଲାର ବାରଙ୍ଗ ଓ ଟାଙ୍ଗୀରୁ ୩ଜଣ ଲେଖାଏ ବାହାରିଛନ୍ତି। ସେହିପରି ଆଠଗଡ, ବଡମ୍ବା, ସଦର ଓ ନିଆଳିରୁ ୨ଜଣ ଲେଖାଏ, ମାହାଙ୍ଗା, ନରସିଂହପୁର ଓ ନିଶ୍ଚିନ୍ତକୋଇଲରୁ ଜଣେ ଲେଖାଏ ଅଛନ୍ତି।
ମହାନଗର ନିଗମରୁ ୨୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତ ଭାବେ ୧୮ ଜଣ, ହୋମ କ୍ବାରାଣ୍ଟିନ୍ରୁ ୧୦ ଓ ସରକାରୀ କ୍ବାରାଣ୍ଟିନ୍ରୁ ଜଣେ ଅଛନ୍ତି। ୧୮ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ କଟକ ରେଳ ଷ୍ଟେସନରେ କରାଯାଉ ଥିବା ଆଣ୍ଟିଜେନ୍ ଟେଷ୍ଟରେ ୯ ଜଣ ସଂକ୍ରମିତ ଥିବା ଜଣା ପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/corona-ddd.jpg)