ଡ଼କାୟତି ଯୋଜନା ହେଲା ପଣ୍ତ; ମାରଣାସ୍ତ୍ର ସହ ୫ ଜଣଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ପୁଲିସ

କଟକ: ଡକାୟତି ଯୋଜନା କରୁଥିବା ବେଳେ ୫ ଜଣକୁ ଗିରଫ କଲା କଟକ ଚାଉଳିଆଗଞ୍ଜ ଥାନା ପୁଲିସ। ମାଛ ପରିବହନ କରୁଥିବା ଗାଡିରୁ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ବିଦ୍ୟାଧରପୁର ତେଲି ସାହି ଅଞ୍ଚଳରୁ ୫ ଜଣକୁ ଗିରଫ କରିଛି ପୁଲିସ। ଉକ୍ତ ଅଭିଯୁକ୍ତଙ୍କ ନିକଟରୁ ପିସ୍ତଲ, ଗୁଳି, କଟୁରୀ ଏବଂ ୩ଟି ମୋବାଇଲ ଫୋନ ଜବତ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ପୁଲିସ ପାଇଁ ଓ୍ବାଣ୍ଟେଡ୍ ଥିବା ବେଳେ ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ୧୦ରୁ ଅଧିକ ମାମଲା ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମାଛ ପରିବହନ କରୁଥିବା ଗାଡ଼ିରୁ ଡ଼ାକୟତି କରିବାକୁ ଯୋଜନା କରୁଥିବାବେଳେ ‌ବିଶେ‌ଷ ସୂତ୍ରରୁ ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ ବିଦ୍ୟାଧରପୁରଠାରେ ଚଢ଼ାଉ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିବାସହ ମାରଣାସ୍ତ୍ର ଜବତ କରିଛି। ଉକ୍ତ ଅଭିଯୁକ୍ତ ହେଲେ ସୂର୍ଯ୍ୟ ମାଝୀ, ସନାତନ ଦାଶ, ପ୍ରମୋଦ କୁମାର ମଲ୍ଲିକ, ବାପିର କୁମାର ସେଠୀ, ଗଣେଶ ନାୟକ।

ସମ୍ବନ୍ଧିତ ଖବର