ଏସ୍‌ସିବିରୁ ସୁସ୍ଥ ହୋଇ ଗଲେଣି ୫୦ ଶିଶୁ ରୋଗୀ

୯ ଦିନର ଶିଶୁ ବି ସୁସ୍ଥ ହୋଇ ଘରକୁ ଫେରିଛି; ଏଯାଏ ମାତ୍ର ଜଣେ କର୍କଟ ଶିଶୁ ରୋଗୀର ମୃତ୍ୟୁ

କଟକ: କରୋନାର ୩ୟ ଲହର ଶିଶୁଙ୍କୁ ବିପଦ ହେବ ବୋଲି ଏବେଠୁ ସତର୍କ କରାଇଲେଣି ବିଶେଷଜ୍ଞ। କିନ୍ତୁ ପ୍ରଥମ ଲହର ଅପେକ୍ଷା ୨ୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି। କିନ୍ତୁ ଏସ୍‌ସିବିରୁ ଆସିଛି ଆଶ୍ବସ୍ତିକର ଖବର। ଏସ୍‌ସିବିର ୱାର୍ଡ, ଆଇସିୟୁରେ ଚିକିତ୍ସିତ ହେଉଥିବା ପାଖାପାଖି ୫୦ଜଣ ଶିଶୁ ରୋଗୀ ଇତିମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେଥିରେ ୯ଦିନର ଶିଶୁ ବି ରହିଛି। ଏବେ ୧୧ଜଣ ଶିଶୁ ରୋଗୀ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୨ଜଣ ଆଇସିୟୁରେ ରହିଛନ୍ତି।

କିନ୍ତୁ ସେମାନଙ୍କ ଅବସ୍ଥାରେ ସୁଧାର ଆସୁଛି। ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଶିଶୁ ରୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ କେବଳ ଜଣଙ୍କର ମୃତ୍ୟୁ ଘଟିଛି। କାରଣ ଉକ୍ତ ଶିଶୁ ରୋଗୀ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଅନ୍ୟପଟେ କଟକର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ମଧ୍ୟ ଶିଶୁରୋଗୀଙ୍କ ସୁସ୍ଥତା ହାର ଉତ୍ସାହଜନକ ରହିଛି। ୯୯ ପ୍ରତିଶତ ସୁସ୍ଥ ହୋଇ ହୋଇ ଘରକୁ ଫେରୁଥିବା ସ୍ବାସ୍ଥ୍ୟ ବିଭାଗର ତଥ୍ୟରୁ ଜଣାପଡିଛି।

ସମ୍ବନ୍ଧିତ ଖବର