କଟକ: କଟକରେ ଆର୍ଟିପିସିଆର ଟେଷ୍ଟ କମୁଛି ଓ ଆଣ୍ଟିଜେନ୍ ଟେଷ୍ଟ ବଢୁଛି। ଗତକାଲି ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ସଂଖ୍ୟା ବୃଦ୍ଧି ପାଇ ୬୭୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ସହରରୁ ୩୪୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୦୪ଜଣ ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡିଛି। ଅନ୍ୟପଟେ ଆଜି ୧୧୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୃହ ସଙ୍ଗରୋଧ ଓ ସିସିସିରେ ଥିବା ସଂକ୍ରମିତଙ୍କ ପାଇଁ ଏକ୍ସରେ ଅନ୍ ହୁଇଲ୍ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି। ସହରରେ ଚିହ୍ନଟ ୩୪୫ଜଣ ସଂକ୍ରମିତଙ୍କ ମଧ୍ୟରେ ସିଡିଏର ବିଭିନ୍ନ ସେକ୍ଟରରୁ ୪୨ଜଣ, ବିଡାନାସୀରୁ ୧୮, ବକ୍ସିବଜାରରୁ ୧୪, ମହାନଦୀବିହାରରୁ ୧୩, ଇଷ୍ଟିଚ୍ୟୁସନାଲ କ୍ବାରାଣ୍ଟିନ୍ରୁ ୮୭, ଗୃହ ସଙ୍ଗରୋଧରୁ ୧୫୩ ଓ ସ୍ଥାନୀୟ ସଂକ୍ରମଣରୁ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ଗ୍ରାମାଞ୍ଚଳରୁ ୩୦୪ଜଣ ସଂକ୍ରମିତଙ୍କ ମଧ୍ୟରୁ ଆଠଗଡ଼ରୁ ସର୍ବାଧିକ ୫୧, ଟାଙ୍ଗୀରୁ ୫୦, କଣ୍ଟାପଡାରୁ ୩୧, ନିଆଳିରୁ ୨୯, ବାଙ୍କୀରୁ ୨୭, ସାଲେପୁରରୁ ୨୪, କଟକସଦର ଓ ଚୌଦ୍ବାରୁ ୨୪ଜଣ ଲେଖାଏଁ, ନରସିଂହପୁର ୧୦, ବାରଙ୍ଗରୁ ୫, ମାହାଙ୍ଗାରୁ ୧୪, ନିଶ୍ଚିନ୍ତକୋଇଲିରୁ ୧୦, ବଡମ୍ବାରୁ ୫, ତିଗିରିଆରୁ ଜଣେ ଓ ଅନ୍ୟଜିଲ୍ଲାରୁ ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
କଟକ ଜିଲ୍ଲାରେ ସୋମବାର ଦିନ ୩୩୪୮ କରୋନା ପରୀକ୍ଷା ହୋଇଥିଲା। ସେଥିରୁ ୨୨୬୨ଟି ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେଥିରୁ ୪୧୪ ଜଣ ଜଣ ପଜିଟିଭ୍ ହୋଇଥିବାବେଳେ ଆଠଗଡ଼ରୁ ୫୦, ବାଙ୍କୀରୁ ୭, ସାଲେପୁରରୁ ୨୬, ଟାଙ୍ଗୀ ୧୭, ତିଗିରିଆ ୧୮, ଡମପଡାରୁ ୩, କଣ୍ଟାପଡାରୁ ୧୧, ମାହାଙ୍ଗାରୁ ୨୫, ବାରଙ୍ଗରୁ ୧୬, ବଡମ୍ବା ୧୦, ନରସିଂହପୁର ୨୧, ନିଶ୍ଚନ୍ତକୋଇଲି ୧୮, ସଦର ୨୭, ନିଆଳି ୧୩, ରେଲୱେ ଷ୍ଟେସନ୍ରୁ ୮, ସିଡିଏ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୮, ଚାଉଳିଆଗଞ୍ଜରୁ ୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।