କଟକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

କଟକ: କଟକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। କଟକର ଦୁଇଟି ଥାନା ଅଞ୍ଚଳରୁ ୭୧୧ କେଜି ଗଞ୍ଜେଇ ଜବତ କରାଯାଇଛି। ଉଭୟ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକ ଲକ୍ଷ ୫୦ ହଜାର ଟଙ୍କା ଏବଂ ଦୁଇଟି ଗାଡ଼ି ଜବତ ହୋଇଛି। ଏହି ଗଞ୍ଜେଇ ଜଗତପୁର ଏବଂ ଚୌଦ୍ୱାର ଥାନା ଅଞ୍ଚଳରୁ ଜବତ ହୋଇଛି।

ଢେଙ୍କାନାଳରୁ କଟକକୁ ଗଞ୍ଜେଇ ଆସୁଥିବା ନେଇ ସୂଚନା ଦେଇଛନ୍ତି ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ। ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର