କଟକ: କୋଭିଡ୍ ପାଇଁ ନିଯୁକ୍ତ କରାଯାଇଥିବା ଏସ୍ସିବିର ୮୬ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସମସ୍ତେ ଆଇଲେସନ୍ ୱାର୍ଡରେ କାର୍ଯ୍ୟରତ ଥିଲେ। ୮୬ଜଣଙ୍କ ମଧ୍ୟରୁ ୩୬ଜଣ ଷ୍ଟାଫ୍ ନର୍ସ, ୩୦ଜଣ ଫାର୍ମାସିଷ୍ଟ ଓ ୨୦ଜଣ ରେଡିଓଗ୍ରାଫର ରହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, କରୋନା ପାଇଁ ଏସ୍ସିବିରେ ୪ଶହରୁ ଅଧିକ କୋଭିଡ୍ ଯୋଦ୍ଧାଙ୍କୁ ନିଯୁକ୍ତି ଦିଆଯାଇଥିଲା।
ପର୍ଯ୍ୟାୟକ୍ରମେ ଏହି ସଂଖ୍ୟା ବଢିବ ବୋଲି ଜଣାପଡିଛି। କିନ୍ତୁ ଯେହେତୁ ଏସ୍ସିବିରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି ତେଣୁ ୫୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରା ନଯିବା ପାଇଁ ଏସ୍ସିବି କର୍ତ୍ତୃପକ୍ଷ ସରକାରଙ୍କୁ ଚିଠି ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/scb-scbmch.nic_.in_-1.jpg)