କଟକ: ପ୍ରଖ୍ୟାତ ଶିକ୍ଷାବିତ୍, ସମାଜସେବୀ ତଥା ରାମକଥା ପ୍ରବାଚକ ପଣ୍ଡିତ ଅବନ୍ତୀନାଥ ଶତପଥୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପଣ୍ଡିତ ଅବନ୍ତୀନାଥ ସ୍ମୃତି ସମ୍ମାନ ସମାରୋହ-୨୦୨୨ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲା କିଶୋର ନଗର ଅନ୍ତର୍ଗତ ତରିତୋଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାଧିକାରୀ ହରିହର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଜଗନ୍ନାଥ ବସ୍ତିଆ, ଭାଗବତ ରାଉତ, ପଣ୍ଡିତ ଜଗନ୍ନାଥ ସାହୁ, ଓ କବି ବିଷ୍ଣୁ ଚରଣ ମିଶ୍ର ପ୍ରମୁଖ ଯୋଗ ଦେଇ ଶିକ୍ଷା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ପଣ୍ଡିତ ଅବନ୍ତୀନାଥ ଶତପଥୀଙ୍କ ଅବଦାନ ଅତୁଳନୀୟ ବୋଲି ମତ ପ୍ରକାଶ କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଗୌତମ ମହାରଣାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଚିନ୍ମୟରଂଜନ ଶତପଥୀ ପରିଚାଳନା କରିଥିଲେ।
ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଦୀନବନ୍ଧୁ ବେହେରା, ଶିକ୍ଷା କ୍ଷେତ୍ର ଲାଗି ପ୍ରତାପ କିଶୋର ମହାପାତ୍ର ଏବଂ ଅଧ୍ୟାତ୍ମିକ କ୍ଷେତ୍ର ଲାଗି ପୁରୁଷୋତ୍ତମ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦବ୍ୟତୀତ ସ୍ଥାନୀୟ ଅଞ୍ଚଳର କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ବି କରାଯାଇଥିଲା। ଏହାଛଡ଼ା ଶ୍ରୀମଦ ଭଗବତ ଗୀତା ପାରାୟଣ ବି ଆୟୋଜିତ ହୋଇଥିଲା।