କଟକ ସହରରେ ୯୩ ନୂଆ କରୋନା ପଜିଟିଭ ଚିହ୍ନଟ, ୩୩୧ ଜଣ ସୁସ୍ଥ ହେଲେ

ଭୁବନେଶ୍ୱର : କଟକ ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ୧୩୬ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ମହାନଗର ଅଞ୍ଚଳ(ସିଏମସି) ରେ ୯୩ ଜଣ ଅଛନ୍ତି । ଏହାକୁ ମିଶାଇ ସିଏମସି ଅଞ୍ଚଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୨,୮୧୭କୁ ବୃଦ୍ଧି ପାଇଛି ।

ସିଏମସି ପକ୍ଷରୁ ଟ୍ଵିଟ କରି ଦିଆଯାଇଥିବା ସୂଚନା ଅନୁସାରେ ଚିହ୍ନଟ ୯୩ଟି ମାମଲା ମଧ୍ୟରୁ ୨୪ଟି ମାମଲା ସରକାରୀ ସଂସ୍ଥାଗତ ସଂଗରୋଧ କେନ୍ଦ୍ରରୁ ଥିବାବେଳେ ୪୬ଟି ମାମଲା ସ୍ଥାନୀୟ ସଂକ୍ରମଣ ରହିଛି । ଚିହ୍ନଟ ହୋଇଥିବା ଅବଶିଷ୍ଟ ୨୩ଟି ମାମଲା ଗୃହ ସଂଗରୋଧରୁ ଚିହ୍ନଟ ହୋଇଛି ।

 

ତେବେ ସିଏମସି ଅଞ୍ଚଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୯ ଓ ମୃତ୍ୟୁସଂଖ୍ୟା ୫୪ ରହିଛି । ସହରରେ ଏପର୍ଯ୍ୟନ୍ତ ପ୍ରାୟ ୧୦,୮୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଗତ ୨୪ ଘଣ୍ଟାରେ ସହରରେ ପ୍ରାୟ ୩୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସିଏମସି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର