୧୫ହଜାର ହେକ୍ଟର୍‌ ଜମିରେ ୩୩ପ୍ରତିଶତରୁ ଅଧିକ ଫସଲ ନଷ୍ଟ

କଟକ ଜିଲ୍ଲାରେ ଭାଙ୍ଗିଛି ୧୦୧୩ ସ୍କୁଲ ଗୃହ

କଟକ : କଟକ ଜିଲ୍ଲାରେ ବାତ୍ୟା ଫନି ପ୍ରଭାବିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପ୍ରଦାନରେ ଅଗ୍ରଗତି ହୋଇଛି। ଆଜି ସୁଦ୍ଧା ଜିଲ୍ଲାରେ ଭତ୍ତା ପାଉଥିବା ୨ଲକ୍ଷ ୭୬ ହଜାର ୯୪୫ ହିତାଧିକାରୀଙ୍କ ମଧ୍ୟରୁ ୨ଲକ୍ଷ ୪୫ ହଜାର ୭୭୯ଜଣଙ୍କୁ ଅତିରିକ୍ତ ଏକ ମାସର ଭତ୍ତା ପ୍ରଦାନ କରାଯାଇଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ୫ଲକ୍ଷ ୭ହଜାର ୩ଜଣ ହିତାଧିକାରୀ ପରିବାର ମଧ୍ୟରୁ ୪ଲକ୍ଷ ୨୭ ହଜାର ୧୬୪ ଜଣଙ୍କୁ ୫ ଶହ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି। ସେହିପରି ୪ଲକ୍ଷ ୫୪ହଜାର ୫୯୨ଜଣଙ୍କୁ ଅତିରିକ୍ତ ଏକ ମାସର କୋଟା ୮୨ହଜାର ୬୫୦ କ୍ବିଣ୍ଟାଲ ଚାଉଳ ଯୋଗାଇ ଦିଆଯାଇଛି। କୃଷି ବିଭାଗର ଆକଳନ ଅନୁସାରେ ଜିଲ୍ଲାରେ ୧୫ ହଜାର ୮୨୫.୮୦ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ୧୪ ହଜାର୯୧୯.୮୦ ହେକ୍ଟର ଜମିରେ ୩୩ପ୍ରତିଶତରୁ ଅଧିକ ଫସଲ ଓ ୧୨୬ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଉର୍ଦ୍ଧ ଫଳ ଚାଷ କ୍ଷତି ହୋଇଥିବା ଜଣାପଡିଛି।

କଟକ ଜିଲ୍ଲାରେ ଭାଙ୍ଗିଛି ୧୦୧୩ ସ୍କୁଲ ଗୃହ

କଟକ : ‘ଫନି’ ପ୍ରଭାବରେ କଟକ ଜିଲ୍ଲାରେ ୧୦୧୩ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। କେଉଁଠି ଆଜବେଷ୍ଟସ ସଂପୂର୍ଣ୍ଣ ଉଡିଯାଇଛି ତ ଆଉ କେଉଁଠି ଗଛ ପଡି ଭାଙ୍ଗିଯାଇଛି ସ୍କୁଲ ଗୃହ। ଜିଲ୍ଳାର ୨୬୫ଟି ବିଦ୍ୟାଳୟର ୨୬୫ଟି ଶ୍ରେଣୀ କୋଠରୀ ସଂପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ୭୩୦ଟି ସ୍କୁଲ ଆଂଶିକଭାବେ କ୍ଷତିଗ୍ରସ୍ତ ହୋଇଛି। କଟକ ସଦର, ସାଲେପୁର, ନିଆଳି, କଣ୍ଟାପଡା ବ୍ଲକ୍‌ରେ ସବୁଠାରୁ ଅଧିକ ସ୍କୁଲ ଗୃହ କ୍ଷତିଗ୍ରସ୍ତ ହୋଇଥିବା ଶିକ୍ଷା ବିଭାଗ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର