‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା; କୁଇଜ୍‌, ହସ୍ତାକ୍ଷର, ଚିତ୍ରାଙ୍କନରେ କଟକ ସଂସ୍କରଣରୁ ୧୦ହଜାର ପ୍ରତିଯୋଗୀ

କଟକ: ‘ସମ୍ବାଦ’ର ବାର୍ଷିକ ଉତ୍ସବ ପାଳନ ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ବାର୍ଷିକ କୁଇଜ୍‌, ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କଟକ ସଂସ୍କରଣ (କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା)ରୁ ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି। ପ୍ରଥମରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାଗୁଡ଼ିକର ପ୍ରତ୍ୟେକ ବିଭାଗ‌ରେ ପ୍ରତ୍ୟେକ ଜିଲ୍ଲାରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ କୃତୀ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୧ହଜାର, ୭୫୦ ଓ ୫୦୦ଟଙ୍କା ସହ ସା‌ର୍ଟିଫିକେଟ୍‌ ପ୍ରଦାନ କରାଯିବ।

ଏହା ସହିତ କୃତୀ ପ୍ରତିଯୋଗୀମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ହସ୍ତାକ୍ଷର ଓ ଚିତ୍ରାଙ୍କନରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଉତ୍ତର ଖାତାଗୁଡ଼ିକ ହିଁ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ବ୍ୟବହାର କରାଯିବ। ତେବେ, କୁଇଜ୍‌ ପ୍ରତିଯୋଗୀମାନଙ୍କୁ ପୁନର୍ବାର ଅନ୍‌ଲାଇନ୍‌ ପରୀକ୍ଷାରେ ଭାଗ ନେବାକୁ ପଡ଼ିବ।

ସମ୍ବନ୍ଧିତ ଖବର