ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ମାଲବାହୀ ଟ୍ରକ୍, ଜଣେ ମୃତ

ବାଙ୍କୀ: କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ  କରବରଠାରେ ଏକ ମାଲବାହୀ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ଏହାଫଳରେ ଟ୍ରକରେ ଥିବା ଜଣେ ଲୋକଙ୍କର ମୃତ୍ୟୁ ଘଟିଛି।

ତେବେ ମୃତକଜଣକ ଡ୍ରାଇଭର୍ କି ହେଲପର୍ ତାକୁ ନେଇ ଏଯାବତ୍ ଦ୍ବନ୍ଦ୍ବ ଲାଗି ରହିଛି। କାରଣ  ଡ୍ରାଇଭର୍ ଓ ହେଲପରଙ୍କ ଭିତରୁ ଜଣେ ମୃତ, ଆରଜଣକ ଫେରାର୍ ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯା୍ୟୀ, ଆଜି ଭୋର ୫ଟା ପାଖାପାଖି ସମୟରେ ଏକ ଟ୍ରକ୍(ଓଆର୍୨୧ଏ ୧୭୩୬) ବାଙ୍କୀଠାରୁ ମାତ୍ର ୮ କିଲୋମିଟର ଦୂରସ୍ଥ କରବରଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାଫଳରେ ଟ୍ରକଟି ଓଲଟିବା ପରେ ଗୋଟିଏ ଘରେ ପିଟି ହୋଇଗଲା,ଏଥିରେ ଚାପି ହୋଇ ଜଣେ ପ୍ରାଣ ହରାଇଥିଲେ। ହେଲେ ଟ୍ରକ୍ ଭିତରେ ଥିବା ଅନ୍ୟଜଣକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ତେବେ ଯେଉଁ ଘର ଉପରେ ଟ୍ରକଟି ଓଲଟିଥିଲା, ସେହି ପରିବାର ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି। କିନ୍ତୁ ଘରର କାନ୍ଥ ଭାଙ୍ଗି ଯାଇଥିବା ଜଣାଯାଇଛି। ମୃତକଜଣକ ଡ୍ରାଇଭର୍ କି ହେଲପର୍ ତାକୁ ନେଇ ଏଯାବତ୍ ଦ୍ବନ୍ଦ୍ବ ଲାଗି ରହିଛି। ଟ୍ରକଟି ବାଙ୍କୀରୁ କଟକ ଆଡ଼କୁ ଯାଉଥିବା କୁହାଯାଇଛି।

ଖବର ପାଇ ବାଙ୍କୀ ଥାନା ଆଇଆଇସି ସମୀର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

ସମ୍ବନ୍ଧିତ ଖବର