ଯୁବକଙ୍କୁ ମାଡ଼ ମାରିବା ଘଟଣା: ଯୁବ ବିଜେଡି ସାଧାରଣ ସମ୍ପାଦକଙ୍କୁ କୋର୍ଟ ଚାଲାଣ କଲା ପୁଲିସ୍

କଟକ: ପ୍ରତାପନଗରୀରେ ଯୁବକଙ୍କୁ ଆଣ୍ଠେଇ ମାରିବା ଘଟଣାରେ ଅଭିଯୁକ୍ତ ଭିକି ଓରଫ ଅମରେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ସଦର ଥାନା ପୁଲିସ। ଯୁବ ବିଜେଡି ସାଧାରଣ ସମ୍ପାଦକ ରହିଛନ୍ତି ଅମରେନ୍ଦ୍ର।| ଆଇପିସିର ଧାରା ୩୪୧,୪୧, ୨୯୪, ୨୩୨, ୫୦୬ ଓ ୩୪ରେ ଅମରେନ୍ଦ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ଅମରେନ୍ଦ୍ରଙ୍କ ନାମରେ ପୂର୍ବରୁ ୧୪ ଟି ମାମଲା ରହିଛି। ସୂଚନା ଅନୁଯାୟୀ, ୨୭ ତାରିଖ ସନ୍ଧ୍ୟା ସମୟରେ ଭୁବନେଶ୍ୱର ବିଜେବି କଲେଜ ସମ୍ମୁଖରେ ଗାଡି ସାଇଡ ମାରିବା ଘଟଣାକୁ ନେଇ ଉକ୍ତ ଅଭିଯୁକ୍ତଜଣକ ପ୍ରତାପନଗରୀଠାରେ ପୀଡ଼ିତଙ୍କୁ ଆଣ୍ଠେଇ ବାଡ଼େଇଥିଲେ।

ସମ୍ବନ୍ଧିତ ଖବର