କଟକ: କଟକର ଜଗତପୁରରେ ଜଣେ ଯୁବତୀ କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଖିଛି। ବୁଧବାର ସକାଳ ସମୟରେ ଯୁବକଙ୍କୁ ଜଣେ ଯୁବତୀ ଏସିଡ ମାଡ଼ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଜଗତପୁର ଶିକାରୀ ସାହିରେ ଏହି ଘଟଣା ଘଟିଥିବା ବେଳେ ଯୁବକଙ୍କୁ ଗୁରୁତର ଅବସ୍ଥାରେ କଟକର ଏସସିବିରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ଚିକିତ୍ସା କରାଯାଇ ଘରକୁ ଛଡ଼ାଯାଇଥିବା ଜଣା ପଡ଼ିଛି।
ପୀଡ଼ିତ ଯୁବକଙ୍କ ନାଁ ଅଲେଖ ବାରିକ୍ ବୋଲି ଜଣା ପଡ଼ିଥିବା ବେଳେ ଯୁବତୀଙ୍କ ନା ପାୟଲ ନାୟକ ବୋଲି ସୂଚନା ମିଳିଛି। ପ୍ରେମ ବ୍ୟାପାରକୁ ନେଇ ପାୟଲ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି। ଘଟଣା ପରେ ପାୟଲଙ୍କୁ ଜଗତପୁର ପୁଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।
/sambad/media/post_attachments/362720718101858dfbbd25120c014b8f993ad908c03574c6fa5ee1c8b9c96156.jpg)
ସୂଚନା ମୁତାବକ, ଦୁହେଁ ପ୍ରେମ ସଂପର୍କରେ ଥିବା ବେଳେ ମଙ୍ଗଳବାର ରାତିରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହା ପରେ ପାୟଲ ନିିଜ ଉପରୁ ନିୟନ୍ତ୍ରଣ ହରାଇ ଅଲେଖଙ୍କ ଉପରକୁ ଏସିଡ ଫିଙ୍ଗିଥିଲେ। ତେବେ ଏ ପର୍ଯ୍ୟନ୍ତ ଘଟଣା ପଛର ପ୍ରକୃତ କାରଣ ଜଣା ପଡ଼ିପାରି ନାହିଁ।