ପୂର୍ବତନ ଏପିପିଙ୍କୁ ବର୍ଷେ ଜେଲ୍‌

କଟକ : ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ଠକିବା ଅଭିଯୋଗ ମାମଲାରେ କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଆନନ୍ଦ ନାରାୟଣ ମହାରଣା ପୂର୍ବତନ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଗୋପବନ୍ଧୁ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଇପିସିର ଦଫା ୪୧୭ରେ ଶ୍ରୀ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଏକ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଜରିମାନା ଅର୍ଥ ନ ଦେଲେ ତାଙ୍କୁ ଅଧିକ ଦୁଇ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ୨୦୧୨, ଅକ୍ଟୋବର ୬ରେ ଜଣେ ଯୁବତୀ ଶ୍ରୀ ବିଶ୍ୱାଳଙ୍କ ବିରୋଧରେ ମହିଳା ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର